ବର୍ଷାଠୁ ଶୀତ ଆହୁରି ଭୟଙ୍କର, ଆସନ୍ତା ଋତୁରେ ବଢିବ କରୋନା, ମୃତ୍ୟୁହାର ବି ବଢିଯିବ : ସତର୍କ କଲେ WHO

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ, ୨୯|୦୮:  ଶୀତ ଦିନେ କରୋନା ଭୟଙ୍କର ରୂପ ନେବ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବ । ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏପରି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ ।

ଡବ୍ଲ୍ୟୁଏଚଓର ରିଜିଓନାଲ ଡାଇରେକ୍ଟର ବା ଆଞ୍ଚଳିକ ନିର୍ଦ୍ଦେଶକ ହେନରୀ କ୍ଲଗ୍ କହିଛନ୍ତି ଯେ, ଶୀତଦିନେ ଉଭୟ ଯୁବକ ଓ ବୟସ୍କଙ୍କ ପାଇଁ ଅଧିକ ବିପଦ ରହିଛି । ଏପରିକି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ମଧ୍ୟ ଅଧିକ ଆକ୍ରାନ୍ତ ଭର୍ତ୍ତି ହେବେ । ମୃତ୍ୟୁଦର ମଧ୍ୟ ବୃଦ୍ଧି ପାଇବ ।

wp:html /wp:html

ହେନରୀ ତିନୋଟି ମୁଖ୍ୟ କାରଣ ଉପରେ ଫୋକସ୍ କରିବାକୁ କହିଛନ୍ତି ।ସ୍କୁଲ ଖୋଲିବା, ଥଣ୍ଡା ଜ୍ୱର ଯେପରି ନହୁଏ ଓ ବୟସ୍କଙ୍କ ଉପରେ ଧ୍ୟାନ ରଖିବାକୁ ପ୍ରାଧାନ୍ୟ ଦିଆଯାଇଛି । ଆମେରିକାରେ ସ୍କୁଲ-କଲେଜ ଖୋଲିବା ପରେ ଅନେକ ସ୍ଥାନରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମିସିସିପିର ଏକ ସ୍କୁଲରେ ୪୦୦୦ ଛାତ୍ର ଓ ୬୦୦ ଶିକ୍ଷକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଏକ କମିଟି ଗଠନ କରାଯାଇଛି ।ଯେଉଁଥିରେ ଜରୁରୀକାଳିନ ନିୟମରେ କେତେକ ପରିବର୍ତ୍ତନ କରାଯିବ । ଏହାସହ ଜାନୁଆରୀ ୩୦ ଯାଏଁ ହେଲଥ୍ ଏମରଜେନ୍ସି ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.