କରୋନାକୁ ଦେଖି କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଉପକୃତ ହେବେ ୩ କୋଟିରୁ ଅଧିକ କର୍ମଚାରୀ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ, ୧୭|୦୩:    କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ୭ହଜାରରୁ ଅଧିକ ଲୋକଙ୍କ ଜୀବନ ଏହି ଭାଇରସ ପାଇଁ ଯାଇଛି। ଏପରିକି ପ୍ରାୟ ୨ ଲକ୍ଷ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

{"id":239733,"width":749,"height":466,"sizeSlug":"large"}

ଏହି ସମୟରେ କେନ୍ଦ୍ରରେ ନେତୃତ୍ୱାଧିନ ମୋଦୀ ସରକାର କର୍ମଚାରୀ ରାଜ୍ୟ ବୀମା ନିଗମରେ ସାମିଲ ଥିବା କର୍ମଚାରୀ ଓ କମ୍ପାନୀଙ୍କୁ ବଡ ଉପହାର ପ୍ରଦାନ କରିଛନ୍ତି। କରୋନା ଭାଇରସର ଆତଙ୍କକୁ ନଜରରେ ରଖି ସରକାର କର୍ମଚାରୀ ରାଜ୍ୟ ବୀମା ଅଧିନିୟମର ନିୟମକୁ ଅସ୍ଥାୟୀଭାବେ ପରିବର୍ତ୍ତନ କରିଛନ୍ତି। ଏଥିରେ ଇଏସଆଇସି କର୍ମଚାରୀ ଓ କମ୍ପାନୀଙ୍କୁ ମାସିକ ବୀମା କନଷ୍ଟ୍ରିବ୍ୟୁସନ ଜମା କରିବା ପାଇଁ ଅଧିକ ସମୟ ମିଳିବ।

{"id":239732,"width":746,"height":419,"sizeSlug":"large"}

ଇଏସଆଇସି ତରଫରୁ ଜାରି ନୋଟିଫିକେସନରେ କୁହାଯାଇଛି, ଫେବ୍ରୁଆରୀ ଓ ମାର୍ଚ୍ଚ ପାଇଁ ବୀମା କନଷ୍ଟ୍ରିବ୍ୟୁସନ ଜମା କରିବା ପାଇଁ ଅତିରିକ୍ତ ୩୦ଦିନର ସମୟ ଦିଆଯାଇଛି। ଏବେସୁଦ୍ଧା ନିୟମାନୁସାରେ କେବଳ ୧୫ ଦିନର ସମୟ ଦିଆଯାଉଥିଲା।

ଗତବର୍ଷ କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମର ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ସଂସ୍ଥା ଓ କମ୍ପାନୀର ମୋଟ ଅଂଶଦାନ ପ୍ରତିଶତ ୬.୫ ପ୍ରତିଶତରୁ ହଟାଇ ୪ ପ୍ରତିଶତ କରିଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.