ସୁସ୍ଥ ହେବେ ସମସ୍ତ କରୋନା ଆକ୍ରାନ୍ତ, ସଂକ୍ରମିତଙ୍କ ରକ୍ତରୁ ପ୍ରସ୍ତୁତ ହେଉଛି ଔଷଧ
8/03/2020 at 4:11 PM

ବେଜିଂ, ୦୮|୦୩: କରୋନା ଭାଇରସରେ ସଂକ୍ରମିତ ହେଉଥିବା ଅଧିକାଂଶ ସଂକ୍ରମିତ ସୁସ୍ଥ ହେଉଛନ୍ତି। ଏହି ଆକ୍ରାନ୍ତମାନେ ସଂକ୍ରମିତ ହେବା ପରେ ଶରୀରର ରୋଗପ୍ରତିରୋଧକ ଶକ୍ତି ଅଧିକ ହୋଇଯାଏ। ଏହିକାରଣରୁ କରୋନା ଭାଇରସରୁ ଠିକ ହୋଇଥିବା ବ୍ୟକ୍ତିଙ୍କ ରକ୍ତକୁ ବ୍ୟବହାର କରି ଅନ୍ୟ ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଔଷଧ ପ୍ରସ୍ତୁତ କରାଯାଉଛି।

ଡେଲିମେଲର ରିପୋର୍ଟ ଅନୁସାରେ, ରକ୍ତରୁ କରୋନା ଭାଇରସର ଭାକସିନ୍ ପ୍ରସ୍ତୁତ କରିବା ପାଇଁ ଡାକ୍ତରମାନେ ଲାଗିପଡିଛନ୍ତି। ସେମାନେ ଅହି ସଫଳତାର ନିକଟର ହୋଇଥିବା କୁହାଯାଉଛି। ଜାପାନର ଏକ ଔଷଧ କମ୍ପାନୀ ତାକେଡା ଏହା ଉପରେ କାମ କରୁଛି। କମ୍ପାନୀ ଇମିନ୍ୟୋ ସିଷ୍ଟମ ଥେରାପି ଭାବେ ଏହି ଔଷଦକୁ ବିକଶିତ କରୁଛି।

ମେଡିକାଲ ସାଇନସର ଥିଓରୀ ଅନୁସାରେ, ଭାଇରସଠୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ରୋଗ ସହ ଲଢିବା ପାଇଁ ଏକ ପ୍ରୋଟିନ ସୃଷ୍ଟି ହୋଇଥାଏ। ଏହାକୁ ଅନ୍ୟ ରୋଗୀଙ୍କ ଶରୀରରେ ବ୍ୟବହାର କରାଯାଇପାରିବ। ଏହି ପ୍ରୋଟିନରୁ ଆଣ୍ଟିବଡିଜ୍ କୁହାଯାଏ। ସାଧାରଣତଃ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀର ନିଜେ ଆଣ୍ଡିବଡିଜ୍ ବିକଶିତ କରିବା ପାଇଁ ଉଦ୍ୟମ କରିଥାଏ। କିନ୍ତୁ ଔଷଧ ଉପଲବ୍ଧ ହେଲେ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରାଯାଇ ପାରିବ। ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ କରାଯାଇ ପାରିବ।
ମାରାତ୍ମକ ଇବୋଲା ସହ ଲଢିବା ପାଇଁ ଏହି ଥିଓରୀକୁ ବ୍ୟବହାର କରାଯାଇଥିଲା। ଏହା ସଫଳ ମଧ୍ୟ ହୋଇଥିଲା।