Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଭାରତରେ ଦରକାରଠାରୁ ବହୁତ କମ୍ ଭେଣ୍ଟିଲେଟର୍ ଓ ବେଡ୍

27/03/2020 at 10:58 AM

ନୂଆଦିଲ୍ଲୀ, ୨୭|୦୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ମେ ମାସ ସୁଦ୍ଧା ଏହି ସଂଖ୍ୟା ୧ ଲକ୍ଷରୁ ୧୩ ଲକ୍ଷକୁ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ ଅନୁମାନ ଲଗାଇଛନ୍ତି । ଏହି ପରିସ୍ଥିତିର ମୁକାବିଲା ପାଇଁ ଭାରତ ଏବେ ମେଡିକାଲ ସୁବିଧା ଓ ଉପକରଣକୁ ଗୁରୁତ୍ୱ ଦେଉଛି । ନ୍ୟାଶନାଲ ହେଲଥ୍ ପ୍ରାଫାଇଲର ତଥ୍ୟାନୁସାରେ, ଦେଶରେ ୩୨ ହଜାର ସରକାରୀ, ସେନା ଓ ରେଳବାଇର ମେଡିକାଲ ରହିଛି। ଏଥିରେ ପ୍ରାୟ ୪ ଲକ୍ଷ ବେଡ୍ ରହିଛି । ସେହିପରି ବେସରକାରୀ ହସ୍ପିଟାଲ ସଂଖ୍ୟା ପ୍ରାୟ ୭୦ ହଜାର । ଏହା ବ୍ୟତୀତ କ୍ଲିନିକ, ଡାଏଗ୍ନୋଷ୍ଟିକ ସେଣ୍ଟର, କମ୍ୟୁନିଟି ସେଣ୍ଟରରେ ବେଡ ସଂଖ୍ୟା ୧୦ ଲକ୍ଷ । ଜନସଂଖ୍ୟା ହିସାବରେ ଦେଶରେ ୧୭୦୦ ଲୋକ ପିଛା ଗୋଟିଏ ବେଡ୍ ରହିଛି ।

ବିଶେଷଜ୍ଞଙ୍କ କହିବାନୁସାରେ, କରୋନା ମୁକାବିଲା ପାଇଁ ଦେଶରେ ଏକ ମାସ ମଧ୍ୟରେ ୫୦ ହଜାର ଭେଣ୍ଟିଲେଟର ଓ ହସ୍ପିଟାଲରେ ୨ ଲକ୍ଷରୁ  ଅଧିକ ବେଡ୍ ଆବଶ୍ୟକ ପଡିପାରେ । ସେହିପରି ୭୦ ହଜାର ଆଇସିୟୁର ଆବଶ୍ୟକତା ରହିଛି । ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ସରକାରୀ ମେଡିକାଲର ଗୋଟିଏ ବିଲ୍ଡିଂ କରୋନା ଓ୍ୱାର୍ଡ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡିଶା ସରକାର ମଧ୍ୟ ୧୫ ଦିନ ମଧ୍ୟରେ ୧ ହଜାର ବେଡ୍ ବିଶିଷ୍ଟ ମେଡିକାଲ ପାଇଁ କାମ ଆରମ୍ଭ କରିଦେଇଛନ୍ତି ।

ହସ୍ପିଟାଲ ବେଡର ସଙ୍କଟ କେବଳ ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ରହିିଛି । ଚୀନରେ ପ୍ରତି ୧ ହଜାର ଲୋକରେ ମାତ୍ରା ୪ଟି ବେଡ୍ ରହିଛି । ଫ୍ରାନ୍ସରେ ମଧ୍ୟ ୧ ହଜାର ନାଗରିକ ପିଛା ୬.୫, ଦକ୍ଷିଣ କୋରିଆରେ ୧୧.୫, ଇଟାଲୀରେ ୩.୪  ଓ ଆମେରିକାରେ ୨.୮ ବେଡ୍ ରହିଛି ।

ଡାକ୍ତରଙ୍କ ସଂଖ୍ୟାରେ ନଜର ପକାଇଲେ, ଦେଶରେ ୧୧ ଲକ୍ଷ ଏଲପୋଥିକ ଡାକ୍ତର ରହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ, ଏକ ହଜାର ରୋଗୀଙ୍କ ପିଛା ଗୋଟିଏ ଡାକ୍ତର ରହିବା ଆବଶ୍ୟକ । କିନ୍ତୁ ୧୩୫ କୋଟି ଜନସଂଖ୍ୟା ଥିବା ଭାରତରେ ଏହି ହାର ବହୁତ କମ ।

   Related Posts