ଆଫ୍ରିକାରେ କରୋନା ନେବ ୩ ଲକ୍ଷ ଜୀବନ ! ରିପୋର୍ଟରେ ଆସିଲା ଗମ୍ଭୀର ତଥ୍ୟ

Published By : Prameya-News7 Bureau | April 17, 2020 IST

ଜୋହାନ୍ସବର୍ଗ, ୧୭|୦୪:  ଆଫ୍ରିକାରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ଟପିବ । ଏନେଇ ଇମ୍ପାରିଆଲ କଲେଜ ଅଫ୍ ଲଣ୍ଡନର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଯଦି ଆଫ୍ରିକାରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ୧.୨ ବିଲିୟନ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହାସହ ୩.୩. ମିଲିୟନ ବ୍ୟକ୍ତି ପ୍ରାଣ ହରାଇବେ । ସାମାଜିକ ଦୂରତା ରକ୍ଷା କରିବା ସତ୍ୱେ ଏହି ଭାଇରସ ଆଫ୍ରିକାରେ ଅଧିକ ବ୍ୟାପିବ । କାରଣ ଏହା ଦେଶର ଦୁର୍ବଳ ସ୍ୱାସ୍ଥ୍ୟ ପ୍ରଣାଳୀକୁ ପ୍ରଭାବିତ କରିବ ।

{"id":255791,"width":750,"height":499,"sizeSlug":"large"}

ଶୁକ୍ରବାର ଏହି ମହାଦେଶରେ ୧୮ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ତେହେ ସଂକ୍ରମଣ ଦରରେ ଏହା ୟୁରୋପଠୁ ପଛରେ ରହିଥିଲେ ମଧ୍ୟ ସଂକ୍ରମଣ ହାରରେ ଅଧିକ ରହିଛି ।

ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରୁଛି । ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ଏବେ ସୁଦ୍ଧା ୨୧ ଲକ୍ଷରୁ ଅଧିକଙ୍କୁ ଆକ୍ରାନ୍ତ କରିଥିବା ବେଳେ ୧ଲକ୍ଷ ୩୦ ହଜାରରୁ ଅଧିକ ଜୀବନ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.