ମାରକ କ୍ଷମତା ହରାଉଛି କରୋନା !

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୧।୬: କରୋନା ଭାଇରସ୍ ଏହାର ମାରାତ୍ମକ ଶକ୍ତି ହରାଉଛି। ପୂର୍ବରୁ କରୋନା ଭାଇରସ ଯେତେ ମାରାତ୍ମକ ଥିଲା ଏବେ ତାହା ଆଉ ସେତେ ମାରାତ୍ମକ ନାହିଁ, ବରଂ ଏହା ଶକ୍ତି ହରାଉଛି। ଏହା କହିଛନ୍ତି ଇଟାଲୀର ଜନୈକ ବରିଷ୍ଠ ଡାକ୍ତର। ଇଟାଲୀର ମିଲାନସ୍ଥିତ ସାନ୍  ରାଫେଲ ହସ୍ପିଟାଲର ବରିଷ୍ଠ ଡାକ୍ତର ଆଲବର୍ଟୋ ଜାଙ୍ଗରିଲୋ କହିଛନ୍ତି ଯେ ତାଙ୍କ ଦେଶରେ କରୋନା ଭାଇରସର ମାରାତ୍ମକ ପ୍ରଭାବ ଅନେକ ପରିମାଣରେ କମିଯାଇଛି।

{"id":279427,"sizeSlug":"large"}

ମାସକ ପୂର୍ବରୁ ଇଟାଲୀରେ ଯେଉଁ ସ୍ୱାବ୍ ପରୀକ୍ଷା କରାଯାଉଥିଲା ସେଥିରେ ଭାଇରାଲ ଲୋଡ୍  ଯେତିକି ଥିଲା ଏବେ ତା ତୁଳନାରେ ଢେର୍ କମିଯାଇଛି। ଇଟାଲୀରେ ଏପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁସଂଖ୍ୟା ହାରରେ ବିଶ୍ୱର ଷଷ୍ଠ ସ୍ଥାନରେ ରହିଛି ଇଟାଲୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.