Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଘାତକ ହେଉଛି କରୋନା: କେବଳ ବୟସ୍କ ନୁହେଁ, ନେଉଛି ସୁସ୍ଥ ବ୍ୟକ୍ତିଙ୍କ ଜୀବନ

31/03/2020 at 12:46 PM

ନୂଆଦିଲ୍ଲୀ, ୩୧|୦୩: କରୋନା ଭାଇରସ ଆମେରିକାରେ ୩୧୦୦୦ରୁ ଅଧିକ ଜୀବନ ନେଲାଣି । ବ୍ରିଟେନରେ ୧୪୦୦ରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି । ଇଟାଲୀ, ସ୍ପେନ ଆଦି ଦେଶ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଅନେକ ସୁସ୍ଥ ଓ କମ ବୟସର ଲୋକ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଏକ ରିପୋର୍ଟରେ ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, କରୋନା କେବଳ ବୟସ୍କଙ୍କୁ ଆକ୍ରାନ୍ତ କରେ ତାହା ଭାବିବା ଭୁଲ । ଅନେକ ଦେଶରେ ଯୁବକମାନେ ଲକଡାଉନକୁ ମାନି ନଥିଲେ । ଫଳରେ ସଂକ୍ରମଣ ଅଧିକ ପରିମାଣରେ ବ୍ୟାପିଥିଲା । ଏବେ ଅନେକ ସୁସ୍ଥ ଲୋକ ପ୍ରାଣ ହରାଉଥିବା ଖବର ଆସୁଛି । ଡେଲି ମେଲର ରିପୋର୍ଟ ଅନୁସାରେ, ଉତ୍ତର ଲଣ୍ଡନରେ ରହୁଥିବା ଏଡମ୍ ହକିନ୍ସ ସୁସ୍ଥ ଥିଲେ । ତାଙ୍କ ବୟସ ହେଉଛି ୨୮ । କିନ୍ତୁ ସେ କରୋନାରେ ପ୍ରାଣ ହରାଇଥିଲେ । ତାଙ୍କୁ କୋମାରେ ରଖାଯାଇଥିଲେ ମଧ୍ୟ ସେ ବଞ୍ଚିନଥିଲେ । ସେହିପରି ଲଣ୍ଡନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ୩୩ ବର୍ଷୀୟା ପୂଜା ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି । ତାଙ୍କ ପିତା ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ ।

ତେବେ ମୋଟ ମୃତକଙ୍କ ମଧ୍ୟରୁ ଅଧିକ ସଂଖ୍ୟାରେ ବୃଦ୍ଧ ରହିଛନ୍ତି । କିନ୍ତୁ ଏବେ ସୁସ୍ଥ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କିଛି ରିପୋର୍ଟରେ ଯୁବକମାନଙ୍କ ଶରୀରରେ କରୋନା ପ୍ରଥମେ ଜ୍ୱର ଓ ଥଣ୍ଡା ଭଳି ଲକ୍ଷଣ ଦେଖାଇବ ଯ ପରେ ଏହା ଅଧିକ ଗୁରୁତର ହେବ ।

   Related Posts