କରୋନା ସଂକ୍ରମିତ ଇଟାଲୀ ପର୍ଯ୍ୟଟକଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଛୁଇଁଲା

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୬।୩: ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍ । କରୋନା ଭାଇରସ୍ ରେ ସଂକ୍ରମିତି ହୋଇଥିବା ଇଟାଲୀ ପର୍ଯ୍ୟଟକଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ମଧ୍ୟ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁଛି ।

{"id":233587,"sizeSlug":"large"}

ଜୟପୁରରେ ପ୍ରାଥମିକ ଭାବେ ଇଟାଲୀ ପର୍ଯ୍ୟଟକଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ପୁଣେ ସ୍ଥିତ ଏନଆଇଭିକୁ ସାମ୍ପଲ ପଠାଯାଇଥିଲା । ସେଠାରୁ ମଧ୍ୟ ରିପୋର୍ଟ ପଜିଟିଭ ବାହରିଛି । ଗୁରୁବାର କରୋନା ଭାଇରସ୍ ରେ ଦୁଇ ଜଣ ସଂକ୍ରିମିତ ହୋଇଥିବା ଜଣାପଡିଛି ।

{"id":233586,"sizeSlug":"large"}

ଏଯାଏଁ ୩ ହଜାର ୫୪୨ କରୋନା ସନ୍ଦିଗ୍ଧଙ୍କ ସାମ୍ପୁଲ ପରୀକ୍ଷଣ ସରିଲାଣି । ଏଥିରୁ ୩୧ ଜଣଙ୍କଠାରେ ପଜିଟିଭ ବାହାରିଛି । ୯୦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

{"id":233589,"sizeSlug":"large"}

ଦେଶରେ କରୋନା ଭୟାବହତା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ସମୀକ୍ଷା କରିଛନ୍ତି । ଦେଶର ସମସ୍ତ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ୩୧ ମାର୍ଚ୍ଚ ଯାଏଁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାୟୋମେଟ୍ରିକ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର ।

{"id":233590,"sizeSlug":"large"}

କରୋନା ପାଇଁ ଦେଶର ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତରଙ୍କୁ ଆଲର୍ଟ କରାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ସାରା ବିଶ୍ବରେ  କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩ ଶହ ଟପିଛି । କେବଳ ଚୀନରେ ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ୮୬ଟି ଦେଶରେ କରୋନା ପହଞ୍ଚିସାରିଲାଣି । ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ଟପିଛି । ଇଟାଲୀରେ ୧୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତକୁ ଦେଖି ଇଟାଲୀରେ ସ୍କୁଲ ଏବଂ କଲେଜ ବନ୍ଦ କରି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.