କରୋନା ବିପଦ ଏବେ ଟଳିବନି, ସପ୍ତାହରେ ନେଉଛି ୫୦ ହଜାର ଆକ୍ରାନ୍ତଙ୍କ ଜୀବନ- WHO

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ, ୧୯ ।୦୯:   କରୋନା ଭୟ ଏବେ ଯିବାର ପ୍ରଶ୍ନ ଉଠୁନି । ପ୍ରତି ସପ୍ତାହରେ ୫୦ ହଜାର ଲୋକଙ୍କ ଜୀବନ ନେଉଛି କରୋନା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକ୍ ରୟାନ ସୂଚନା ଦେଇଛନ୍ତି ।

ମାଇକ୍ ରୟାନ କହିଛନ୍ତି ଯେ, ଏବେ ବି ସ୍ଥିତି ସୁଧୁରି ନାହିଁ । ବିପଦ ଟଳିନାହିଁ ।  ବ୍ରିଟେନ ଓ ଫ୍ରାନ୍ସର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି ।  ଏବେବି ଭାଇରସର ପ୍ରକୋପ ଯିବାକୁ ଅଧିକ ସମୟ ଲାଗିବ । ଥଣ୍ଡା ଦିନ ଆସୁଛି । କରୋନା ମାମଲା ଓ ଆଇସିୟୁରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ଅଧିକ ଜଟିଳ ରହିଛି ।

{"id":331905,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଏବେ ଭାଇରସର ପ୍ରଭାବ ଶେଷ ହେବ ନାହିଁ । ଯେଉଁ ଦେଶରେ ଶୀତ ଅନୁଭୂତ ସେଠାରେ ଏବେ ଅଧିକ ଲୋକ ଘରେ ରହିବେ । ମାମଲା ରୋକିବା ପାଇଁ ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଏବେବି ମହାମାରୀ ବିପଦ ଅଧିକ ରହିଛି । କରୋନା ସଂକ୍ରମଣକୁ ଦେଖି ଇସ୍ରାଏଲରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ବ୍ରିଟେନରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ୟୁରୋପରେ ମଧ୍ୟ ମାମଲା ବଢିବାରେ ଲାଗିଛି । ଯେଉଁ ଦେଶରେ ଅଧିକ ଜନସଂଖ୍ୟା ରହିଛି ସେଠାରେ କରୋନାର ବିପଦ ଅଧିକ ରହିଥିବା କହିଛି ବିସ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.