'ସ୍ୱାଇନ ଫ୍ଲୁ ନେଇଥିଲା ୨ ଲକ୍ଷ ଜୀବନ, ଏହାଠୁ ୧୦ ଗୁଣା ବିପଦଜ୍ଜନକ କରୋନା ଭାଇରସ'- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ, ୧୪|୦୪:  ୨୦୦୯ର ସ୍ୱାଇନ୍ ଫ୍ଲୁ ତୁଳନାରେ କରୋନା ଭାଇରସ ୧୦ ଗୁଣା ବିପଦଜ୍ଜନକ । ସ୍ୱାଇନ୍ ଫ୍ଲୁରେ ବିଶ୍ୱରେ ପ୍ରାୟ ୨ ଲକ୍ଷ ବ୍ୟକ୍ତି ପ୍ରାଣ ହରାଇଥିଲେ । କରୋନା ଭାଇରସ ଏବେ ସୁଦ୍ଧା ୧ ଲକ୍ଷ ୨୦ ହଜାର ଜୀବନ ନେଲାଣି । ଆଗକୁ ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ମଙ୍ଗଳବାର ସକାଳେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ଟପିଛି । ଏହି ମହାମାରୀକୁ ରୋକିବା ପାଇଁ ଭାକସିନ୍ ଦରକାର ବୋଲି ସଂଗଠନ ବା ଡବ୍ଲୁଏଚଓ କହିଛି । ସଂଗଠନର ନିର୍ଦ୍ଦେଶକ ଟ୍ରେଡସ୍ ଆଡହେନମ୍ କହିଛନ୍ତି ଯେ, ସଙ୍ଗଠନ ଲଗାତାର ଭାବେ ଏହି ମହାମାରୀ ଉପରେ ନଜର ରଖିଛି । ଅନେତ ତଥ୍ୟ ହାସଲ କରୁଛି । ସାରା ବିଶ୍ୱରେ ସ୍ୱାଇନ୍ ଫ୍ଲୁ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୧.୧ ପ୍ରତିଶତ ପ୍ରାଣ ହରାଇଥିଲେ । ଆମେରିକାରେ ୦.୨ ପ୍ରତିଶତ, ବ୍ରିଟେନରେ ୦.୦୩ ପ୍ରତିଶତ ପ୍ରାଣ ହରାଇଥିଲେ । କିନ୍ତୁ କରୋନାର ସ୍ଥିତି ଭିନ୍ନ ରହିଛି । ବ୍ରିଟେନରେ ସଂକ୍ରମିତଙ୍କ ମଧ୍ୟରୁ ୧୨ ପ୍ରତିଶତ ପ୍ରାଣ ହରାଇଥିବା ବେଳେ ଆମେରିକାରେ ୪ ପ୍ରତିଶତ ଜୀବନ ହାରିଛନ୍ତି । ସେହିପରି ବିଶ୍ୱରେ ମୃତ୍ୟୁହାର ୬.୪ ପ୍ରତିଶତ । ସ୍ୱାଇନ୍ ଫ୍ଲୁରେ ୨ ଲକ୍ଷ ପ୍ରାଣ ହରାଇଥିଲେ । କରୋନା ଦ୍ରୁତ ଗତିରେ ବ୍ୟାପୁଛି । ୩,୪ ଦିନରେ କିଛି ଦେଶରେ ସଂକ୍ରମିତଙ୍କ ମାମଲା ଦ୍ୱିଗୁଣା ବୃଦ୍ଧି ପାଉଛି ।

{"id":253958,"width":751,"height":500,"sizeSlug":"large"}

ପ୍ରତିଷ୍ଠିତ ମାଗାଜିନ୍ ଦି ଲାନସେନ୍ କହିଥିଲା ଯେ, ସ୍ୱାଇନ ଫ୍ଲୁ ୧,୫୧,୭୦୦ରୁ ୫,୭୫,୪୦୦ ମଧ୍ୟରେ ରହିଛି । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏଥିରେ ବିଶ୍ୱ ସଂଗଠନର ରିପୋର୍ଟକୁ ସାମିଲ କରାଯାଇ ନଥିଲା । ୨୦୦୯ରେ ଏହି ରୋଗକୁ ମହାମାରୀ ଘୋଷିତ କରାଯାଇ ଥିଲା । ୨୦୧୦ରେ ସ୍ୱାଇନ୍ ଫ୍ଲୁ ଶେଷ ହୋଇଯାଇଛି ବୋଲି ମଧ୍ୟ କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.