Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ମୋବାଇଲ ଫୋନରେ ୯ ଦିନ ଯାଏଁ ସକ୍ରିୟ ରହେ କରୋନା ଭାଇରସ, ପୋଷାକ ଓ ପର୍ସ ମଧ୍ୟ ହୋଇଥାଏ ସଂକ୍ରମିତ

5/03/2020 at 3:43 PM

ନୂଆଦିଲ୍ଲୀ ମାର୍ଚ୍ଚ ୦୫: ଚୀନର ବୁହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାଠୁ ରକ୍ଷା ପାଇବା ପାଇଁ ଅନେକ ସାବଧାନତା ଅବଲମ୍ବନ କରିବାକୁ ପଡୁଛି। ଏହା କିପରି ବ୍ୟାପିଥାଏ ତାହା ସମସ୍ତେ ଜାଣିବାକୁ ଚାହିଁଥାନ୍ତି। ଶରୀର ବାହାରେ ଏହି ଭାଇରସ କେତେଦିନ ଯାଏଁ ଜୀବିତ ରହିପାରେ ତାହା ସମସ୍ତେ ଜାଣିବାକୁ ଚାହାଁନ୍ତି। ତେବେ ଆମେରିକାର ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ କହିଛି ଯେ, ଏହା ଶରୀର ବାହାରେ ୯ ଦିନ ଯାଏଁ ସକ୍ରିୟ ରହିପାରେ। ଏପରିକି ବିଭିନ୍ନ ଧାତୁରେ ଏହା ପ୍ରାୟ ୧୨ ଘଣ୍ଟା ଯାଏଁ ସକ୍ରିୟ ରହିଥାଏ।

ଚର୍ମରେ ୧୦ ମିନିଟ ଯାଏଁ ରହିଥାଏ ଜୀବିତ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ, ଏହି ଭାଇରସ ୧୦ ମିନିଟ ଯାଏଁ ଚର୍ମରେ ଜୀବିତ ରହିପାରେ। ସଂକ୍ରମିତ ଚର୍ମକୁ ଶ୍ପର୍ସ କରିବା ପରେ ଭଲ ଭାବେ ହାତ ଧୋଇବା ଦ୍ୱାରା ଏଥିରୁ ରକ୍ଷା ହୋଇଥାଏ। ଯଦି ମୋବାଇଲ ଫୋନ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସେ ତେବେ ଏହା ୯ ଦିନ ଯାଏଁ ଫୋନର ବ୍ୟାକ୍ କଭର ଓ ୪୮ ଘଂଟା ଯାଏଁ ସ୍କ୍ରିନରେ ଆକ୍ଟିଭ୍ ରହିଥାଏ। ଯଦି ବ୍ୟାକ୍ ପ୍ୟାନେଲ ମେଟାଲ ହୁଏ ତେବେ ଏହା ୧୨ ଦିନ ଯାଏଁ ସକ୍ରିୟ ରହିବ।  ସେହିପରି ପୋଷାକରେ ୯ ଘଂଟା ଯାଏଁ ଜୀବିତ ରହିଥାଏ। ପୋଷାକକୁ ୨ ଘଂଟା ସୂର୍ଯ୍ୟାଲୋକରେ ରଖିଲେ ଭାଇରସ ମରିଯାଏ।

ଡାକ୍ତରଙ୍କ କହିବାନୁସାରେ, ଭାଇରସ ଅଧିକ ତାପମାତ୍ରାରେ ଜୀବିତ ରହିପାରେ ନାହିଁ। ଯଦି ତାପମାତ୍ରା ୩୫ ଡିଗ୍ରୀ ହୋଇଯାଏ ତେବେ ଭାରରସ ବ୍ୟାପିନଥାଏ। ପ୍ଲାଷ୍ଟିକ ଓ ପର୍ସରେ ଏହା ୯ଦିନ ଯାଏଁ ଜୀବିତ ରହିପାରିବ। ତେଣୁ ଘର ଓ ପରିବେଶ ସଫା ରଖିବା ଉଚିତ। ଆହୁରି ମଧ୍ୟ ଯୁବକଙ୍କୁ ଏହା ସଂକ୍ରମଣ କରିବାର ସମ୍ଭାବନା କମ ରହିଛି। ବୟସ୍କ ବ୍ୟକ୍ତିଙ୍କୁ ଏହା ଅଧିକ ମାତ୍ରାରେ ସଂକ୍ରମିତ କରିଥାଏ। ମାତ୍ର ୨.୪ ପ୍ରତିଶତ ମାମଲାରେ ୧୮ କିମ୍ବା ତାଠାରୁ ଅଧିକ ବୟସର ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତି। କିନ୍ତୁ ୭୦ ଓ ୮୦ ବର୍ଷରୁ ଅଧିକ ଲୋକଙ୍କ କ୍ଷେତ୍ରରେ ଏହି ପ୍ରତିଶତ ଅଧିକ ରହିଛି।

   Related Posts