Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ସାମ୍ନାକୁ ଆସିଲା କରୋନା ସଂକ୍ରମିତଙ୍କ ଫୁସଫୁସର ୩ଡି ଫଟୋ, ଦେଖିଲେ ଲାଗୁଛି ଭୟ

13/03/2020 at 4:09 PM

ନୂଆଦିଲ୍ଲୀ, ୧୩|୦୩:  ମହାମାରୀର ରୂପ ନେଇଥିବା କରୋନା ଭାଇରସ ଏବେସୁଦ୍ଧା ପ୍ରାୟ ୫ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ଏହି ଭାଇରସର ସଂକ୍ରମଣକୁ ରୋକିବା ସହ ନିରାକରଣ ଭାକସିନ୍ ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ଲାଗିପଡିଛନ୍ତି। ଏହି ସମୟରେ ରେଡିଓଲୋଜିକାଲ ସୋସାଇଟି ଅଫ ନର୍ଥ ଆମେରିକା କରୋନା ଭାଇରସରେ ପ୍ରଭାବିତ ଜଣେ ବ୍ୟକ୍ତିଙ୍କ ଫୁସଫୁସର ୩ଡି ଫଟୋ ଜାରି କରିଛି।

ଏହି ଫଟୋରେ ସ୍ପଷ୍ଟ ଭାବେ କରୋନା ଭାଇରସ ସଂକ୍ରମିତଙ୍କ ଫୁସଫୁସରେ କିଛି ଆସ୍ତରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ବ୍ୟକ୍ତିଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। କରୋନା ମାନବ ଶୀରରର ଶ୍ୱାସତନ୍ତ୍ରକୁ ପ୍ରଥମେ ସଂକ୍ରମିତ କରିଥାଏ। ଏଥିରେ ଫୁସଫୁସ ବେଶୀ ପ୍ରଭାବିତ ହୋଇଥାଏ।

୩ଡି ଫଟୋ ପ୍ରସ୍ତୁତ ହେବା ପରେ ଡାକ୍ତରମାନେ ଏକ୍ସରେ ଓ ସିଟି ସ୍କାନ କରି ସଂକ୍ରମିତଙ୍କୁ ଚିହ୍ନଟ କରିପାରିବେ। ଏହାପରେ ସଂକ୍ରମିତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ।

   Related Posts