କରୋନା ଭାଇରସ: ଦେଶରେ ବୃଦ୍ଧି ପାଉଛି ସୁସ୍ଥ ହାର, ଦୈନିକ ହେଉଛି ୧ ଲକ୍ଷରୁ ଅଧିକ ଟେଷ୍ଟିଂ
26/05/2020 at 4:44 PM

ନୂଆଦିଲ୍ଲୀ, ୨୬|୦୫: ଦେଶରେ କରୋନା ଭାଇରସର ସାମ୍ପ୍ରତିକ ସ୍ଥିତିକୁ ନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ଅେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ଲକଡାଉନ୍ ମଧ୍ୟରେ ଦେଶରେ ସୁସ୍ଥ ପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ।
A total of 60,490 patients have recovered so far from #COVID19. Recovery rate continues to improve and presently it is 41.61%. The fatality rate is one among the lowest in the world, it is 2.87% now: Lav Agarwal, Union Health Ministry Joint Secretary. #COVID19Pandemic pic.twitter.com/b8WcIT0fHI
— ANI (@ANI) May 26, 2020
ଯୁଗ୍ମ ସଚିବ କହିଛନ୍ତି ଯେ, ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତର ସଂକ୍ରମଣ ମାମଲା ବହୁତ କମ । ମୃତ୍ୟୁଦର ମାମଲାରେ ମଧ୍ୟ ଭାରତର ସ୍ଥିତି ଭଲ ରହିଛି । ଅଧିକ ମାତ୍ରାରେ ଦେଶରେ କରୋନା ଟେଷ୍ଟିଂ ହେଉଛି । ଏବେସୁଦ୍ଧା ଦେଶରେ ୬୦,୪୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମାର୍ଚ୍ଚ ମାସରେସୁସ୍ଥ ହାର ୭.୧ ପ୍ରତିଶତ ଥିବା ବେଳେ ଏବେ ଏହା ୪୧.୬୧ ପ୍ରତିଶତ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ମଧ୍ୟ ଉପସ୍ଥିତ ଥିଲେ ।
ସେ ଆହୁରି କହିଛନ୍ତି ଯେ, ଦେଶରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୦.୭ଟି ମାମଲା ସାମ୍ନାକୁ ଆସିଛି । ଦେଶରେ ମୃତ୍ୟୁଦରରେ ସୁଧାର ଆସୁଛି । ପ୍ରଥମେ ମୃତ୍ୟୁଦର ୩.୦୩ ପ୍ରତିଶତ ରହିଥିଲା । ଏହା ଏବେ ୨.୮୭ ପ୍ରତିଶତ ହୋଇଛି । ପ୍ରାଣ ହରାଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ହେଉଛନ୍ତି ବୃଦ୍ଧ । କେନ୍ଦ୍ର ସରକାରଙ୍କ ତରଫରୁ ବୟସ୍କଙ୍କୁ ଅଧିକ ଧ୍ୟାନ ଦିଆଯାଉଛି । ଦେଶରେ ଆଜି ୬୦୨ଟି ଲ୍ୟାବରେ କରୋନା ଟେଷ୍ଟ୍ କରାଯାଉଛି । ଏହା ମଧ୍ୟରୁ ୪୩୦ଟି ସରକାରୀ ଲ୍ୟାବ ଥିବା ବେଳେ ୧୮୨ଟି ପ୍ରାଇଭେଟ୍ ଲ୍ୟାବ ରହିଛି । ଏବେ ଦେଶରେ ଗୋଟିଏ ଦିନରେ ୧.୧ ଲକ୍ଷ ଟେଷ୍ଟିଂ ହେଉଛି ।