କରୋନା ଭାଇରସ: ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧,୩୯୩ରେ ପହଁଚିଲା, ୨୪ ଘଣ୍ଟାରେ ୧୪୦୯ଟି ନୂଆ କେସ୍
23/04/2020 at 4:07 PM

ନୂଆଦିଲ୍ଲୀ, ୨୩|୦୪: ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ରେ ପହଁଚିଛି । ଗତ ୨୪ ଘଣ୍ଟାରେ ୧୪୦୯ଟି ନୂଆ କେସ ସାମ୍ନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୯ଟି ନୂଆ କେସ୍ ଆସିଛି । ଏହାପରେ ଦେଶରେ ମୋଟ ସକ୍ରିୟ ମାମଲା ୧୬୪୫୪ରେ ପହଁଚିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ରେ ପହଁଚିଛି । ୩୨୫୭ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୮୮ଜଣ ବୁଧବାର ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ୧୯.୮୯ରେ ପହଁଚିଛି । ୨୮ ଦିନରେ ୧୨ଟି ଜିଲ୍ଲାରେ ଗୋଟିଏ ହେଲେ କେସ୍ ଆସିନାହିଁ । ଏତତ୍ ବ୍ୟତୀତ ୭୮ଟି ଜିଲ୍ଲାରେ ଗତ ୧୪ ଦିନ ହେଲା ଗୋଟିଏ କେସ ଆସି ନାହିଁ ।
ଏମ୍ସ ଓ ଆଇସିଏମଆରର ନିର୍ଦ୍ଦେଶକ ସିକେ ମିଶ୍ର କହିଛନ୍ତି ଯେ, ଦେଶ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ବିକଶିତ ଦେଶରେ ମଧ୍ୟ ଏହି ସ୍ଥିତି ଉପୁଜିଛି ।ଆଜି ଲଲକଡାଉନକୁ ଗୋଟିଏ ମାସ ପୁରିଛି । ୩୦ ଦିନରେ ସଂକ୍ରମଣର ଗତି ହ୍ରାସ ପାଇଛି । କେସ ଦ୍ୱିଗୁଣା ହେବା ଗତିରେ ବ୍ରେକ ଲାଗିଛି । ଅଧିକରୁ ଅଧିକ ଯାଂଚ କରାଯାଇଛି । ଲକଡାଉନକୁ କରୋନା ମୁକାବିଲା କ୍ଷେତ୍ରରେ ବ୍ୟବହାର କରାଯାଉଛି ।