Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଦେଶର ଅନେକ ଅଞ୍ଚଳରେ ଷ୍ଟେଜ୍-୩ରେ କରୋନା ସଂକ୍ରମଣ : ମୃତ୍ୟୁସଂଖ୍ୟା ଟପିଲାଣି ୧୦୦

6/04/2020 at 11:52 AM

ନୂଆଦିଲ୍ଲୀ ୬।୪: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏ ଭିତରେ ଭାରତର ଅନେକ ଅଞ୍ଚଳରେ କରୋନା ସଂକ୍ରମଣ ଷ୍ଟେଜ୍-୩ରେ ପହଞ୍ଚିଥିବା ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ ଅନେକ ଅଞ୍ଚଳରେ କରୋନାର ସାମୂହିକ ସଂକ୍ରମଣ ହୋଇଛି । ତେବେ ସେ କହିଛନ୍ତି ଯେ ସମଗ୍ର ଭାରତରେ କରୋନା ଷ୍ଟେଜ୍-୨ ଏବଂ ଷ୍ଟେଜ୍-୩ ମଧ୍ୟରେ ଅଛି । ଏକ ଗଣମାଧ୍ୟରେ ସେ ଏଭଳି ସୂଚନା ଦେଇଥିବା ଜଣାପଡିଛି ।

ଆହୁରି ସେ କହିଛନ୍ତି ଯେ, କରୋନାର ପରିସ୍ଥିତି ଏକ ଚିନ୍ତାର ବିଷୟ । କାରଣ କେତେକ ସ୍ଥାନରେ ସଂକ୍ରମଣ ଅଧିକ ଭାବେ ବଢିଚାଲିଛି ଏବଂ କିଛି ଅଞ୍ଚଳରେ ସ୍ଥାନୀୟ ସାମୂହିକ ସଂକ୍ରମଣ ହେଉଛି । ଯେମିତିକି ମୁମ୍ବାଇ ପରି ବ୍ୟାପୁଛି । ଆମେ ଷ୍ଟେଜ୍-୨ ଏବଂ ଷ୍ଟେଜ୍-୩ ମଧ୍ୟରେ ଅଛୁ । ଭାରତର ଅଧିକାଂଶ ଅଞ୍ଚଳରେ କରୋନା କେବଳ ଷ୍ଟେଜ୍-୨ରେ ରହିଛି ।

ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, କିଛି କିଛି ହଟସ୍ପଟ ଅଞ୍ଚଳରେ ସ୍ଥାନୀୟ ସାମୁହିକ ସଂକ୍ରମଣ ବ୍ୟାପିଛି । କିନ୍ତୁ ଆମେ ଯଦି ସେହିସ୍ଥାନରେ ସ୍ଥିତିକୁ ରୋକିଦେବା ତେବେ ଚିନ୍ତା କରିବାର କୌଣସି ବିଷୟ ନାହିଁ। ପ୍ରାରମ୍ଭିକ ସାମୁହିକ ସଂକ୍ରମଣ କିଛି ପ୍ୟାକେଟରେ ଆରମ୍ଭ ହେଉଛି । ତେଣୁ ବର୍ତ୍ତମାନ ଆମ ପାଇଁ ଅଧିକ ସଜାଗ ରହିବା ଆବଶ୍ୟକ ।

ତବଲିଗୀ ଜମାତ କାରଣରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତବଲିଗୀ ଜମାତର ଲୋକମାନଙ୍କୁ ଚିହ୍ନଟ କରିବା ଆବଶ୍ୟକ । ସେମାନେ ଯେଉଁଆଡେ ଯାଇଛନ୍ତି ସେହି ନିକଟରେ ଥିବା ଲୋକଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ କରାଯିବା ଉଚିତ୍ । ଯଦିଓ ଆପଣଙ୍କର ନିକଟରେ କିଛି ବି ଲକ୍ଷଣ ରହିଛି ତେବେ ଆପଣ ଘରେ ରୁହନ୍ତୁ ବାହାରକୁ ବହାରନ୍ତୁନାହିଁ ।

ସେ କହିଛନ୍ତି ଯେ, ଡାକ୍ତରମାନେ ମଧ୍ୟ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେଉଛନ୍ତି । ତେଣୁ ବହୁତ ଭୟ ରହିଛି । ଡାକ୍ତରଙ୍କ ପରିବାର ଲୋକ ମଧ୍ୟ କରୋନା ସଂକ୍ରମିତ ହୋଇପାରିନ୍ତି । ଲୋକମାନେ ଡାକ୍ତରଙ୍କୁ ଅଧିକ ସମର୍ଥନ କରିବା ଉଚିତ୍ ।

ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଞ୍ଚିଛି । ସେଥିମଧ୍ୟରୁ ୩୬୬୬ ମାମଲା ସକ୍ରିୟ ଥିବାବେଳେ ୨୯୧ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏହି ମହାମାରୀ ଯୋଗୁଁ ଦେଶରେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି ।

   Related Posts