Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନା ନେବ କି ଭୟଙ୍କର ରୂପ ? ସର୍ବବୃହତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ପଶିଲାଣି ଭୟଙ୍କର ଭୂତାଣୁ, ସଙ୍କଟରେ ୧୦ ଲକ୍ଷ ଜୀବନ

15/05/2020 at 3:44 PM

ଢାକା, ୧୫|୦୫ : କରୋନା ଭାଇରସର ଆତଙ୍କ ସାରା ବିଶ୍ୱରେ ଜାରି ରହିଛି । ଏହା ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଶରଣାର୍ଥୀଙ୍କ କ୍ୟାମ୍ପରେ ମଧ୍ୟ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ବାଂଲାଦେଶରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କ୍ୟାମ୍ପରେ କରୋନାର ଭୟାବହତା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ବାଂଲାଦେଶୀ ଶରଣାର୍ଥୀ ସହାୟତା ଆୟୋଗଙ୍କ ଅଧ୍ୟକ୍ଷ ମେହବୁବ ଆଲମ ତାଲୁକଦାର ଗୁରୁବାର କହିଥିଲେ ଯେ, କାକସ୍ ବଜାରସ୍ଥିତ ଶରଣାର୍ଥୀଙ୍କ କ୍ୟାମ୍ପରେ କରୋନା ମାମଲା ଆଶିଛି । ଶରଣାର୍ଥୀ ଓ ଜଣେ ସ୍ଥାନୀୟ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ଆଇସୋଲେସନରେ ରଖାଯାଇଛି । ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ସଂସ୍ଥାର ପ୍ରବକ୍ତା ଲୁଇସ୍ ଡୋନାବେନ୍ କହିଛନ୍ତି ଯେ, ସଂକ୍ରମିତମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ଯାଞ୍ଚ ଆରମ୍ଭ ହୋଇଛି ।

ଏହି କ୍ୟାମ୍ପରେ ୧୦ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ରହିଛନ୍ତି । ମାମଲା ସାମ୍ନାକୁ ଆସିବା ପରେ ଚିନ୍ତା ବଢିଯାଇଛି । କାରଣ କକସ୍ ବଜାରରେ ଥିବା ଶରଣାର୍ଥୀ ଶିବିରରେ ୧୦ ଲକ୍ଷଙ୍କ ଜୀବନ ବିପଦ ମଧ୍ୟକୁ ଆସିଯାଇଛି । ଏପରିକି ସେମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ମଧ୍ୟ ମିଳୁନାହିଁ । ଏହି ଅଞ୍ଚଳ ମଧ୍ୟ ସେତେଟା ପରିସ୍କାର ନୁହେଁ କିମ୍ବା ଏଠାରେ ପାନୀୟ ଜଳ ମଧ୍ୟ ସଠିକ ଭାବେ ପହଁଚିନାହିଁ ।

ରିପୋର୍ଟ ଅନୁସାରେ, ଏହି କ୍ୟାମ୍ପର ବିଭିନ୍ନ ଶିବିରରେ ପ୍ରତି ବର୍ଗ କିମି ପିଛା ୪୦ ହଜାର ଲୋକ ରୁହନ୍ତି । ଏହା ବାଂଲାଦେଶର ଜନସଂଖ୍ୟାର ଘନତ୍ୱର ୪୦ ଗୁଣ ଅଧିକ । ଏଠାରେ ମାତ୍ର ୧୨ ବର୍ଗ ମିଟରରେ ଅତିକମରେ ୧୨ ଜଣ ରୁହନ୍ତି ।

   Related Posts