Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ପୁରୀରେ ହାର ମାନିଛି କରୋନା ଭାଇରସ, କେବଳ ଗୋଟିଏ କେସରେ ସୀମିତ ରହିଛି ଏହି ପର୍ଯ୍ୟଟନ କ୍ଷେତ୍ର

20/04/2020 at 8:26 PM

ପୁରୀ, ୨୦|୦୪: ପୁରୀ ଜିଲ୍ଲା ପ୍ରଶାସନ ସଫଳ ଭାବେ କରୋନା ଭାଇରସର ମୁକାବିଲା କରୁଛି । ଜିଲ୍ଲାରେ ଗୋଟିଏ ସଂକ୍ରମିତ ଚିହ୍ନଟ ହେବା ପରଠୁ ଆଉ କେହି ସଂକ୍ରମିତ ହୋଇ ନାହାଁନ୍ତି । ପ୍ରଥମ ଆକ୍ରାନ୍ତ ଜିଲ୍ଲାର ପିପିଲି ଅଞ୍ଚଳରେ ଏପ୍ରିଲ ୩ ତାରିଖରେ ଚିହ୍ନଟ ହୋଇଥିଲେ ।

ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କ କହିବାନୁସାରେ, କରୋନା କେସ ସାମ୍ନାକୁ ଆସିବା ପରେ ପ୍ରଥମେ ଜିଲ୍ଲାରେ ସମସ୍ତ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରୋକ ଲଗାଯାଇଥିଲା । ମାର୍ଚ୍ଚ ୨୨ର ରାଜ୍ୟ ସରକାର ଲକଡାଉନ ଘୋଷଣା କରିବା ପୂର୍ବରୁ ବାହାର ଯାନବାହାନକୁ ସହର ମଧ୍ୟରେ ପ୍ରବେଶ ପାଇଁ ଦିଆଯାଇ ନଥିଲା । ପୋଲିସ ବାହିନୀ ଭୁବନେଶ୍ୱର-ପୁରୀ ଜାତିୟ ରାଜପଥରେ ଥିବା ପିପିଲି ଟୋଲଗେଟରେ କଡା ନଜର ରଖିଥିଲେ । କେବଳ ବାହାର ରାଜ୍ୟରୁ ଆସିଥିବା ଗାଡିକୁ ପୁରୀରୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଉଥିଲା ।ଏପ୍ରିଲ ୩ ପରେ ପ୍ରଥମ କେସ ଆସିବା ପରେ ଭୟଭୀତ ନହୋଇ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡାଯାଇଥିଲା । ସଂକ୍ରମିତଙ୍କ ଘର ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍ କରାଯାଇଥିଲା । ଏବେ ସଂକ୍ରମିତଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାପରେ ଜିଲ୍ଲାରେ ଆଉ କୌଣସି କେସ୍ ଆସିନାହିଁ ।

ଏତ୍ତ ବ୍ୟତୀତ ଲକଡାଉନ ଘୋଷଣା ହେବାର ବହୁ ପୂର୍ବରୁ ପ୍ରଶାସନ ବିଶ୍ୱବିଖ୍ୟାତ ଜଗନ୍ନାଥ ମନ୍ଦିରରେ ସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା । ହୋଟେଲମାନଙ୍କୁ ବୁକିଂ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ ବାହାର ରାଜ୍ୟ ବା ଦେଶରୁ ଆସିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଅପଡେଟ୍ ମଧ୍ୟ ନିଆଯାଉଥିଲା । ସରକାରୀ ତଥ୍ୟାନୁସାରେ ମାର୍ଚ୍ଚ ୪ ପରେ ମୋଟ ୧୯୫ଜଣ ବିଦେଶରୁ ପୁରୀକୁ ଆସିଥିବା ବେଳଳେ ୬୨୦୦ଜଣ ବାହାର ରାଜ୍ୟରୁ ଆସିଥିଲେ ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଲକଡାଉନ ପାଇଁ ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି । ଏବେ ପର୍ଯ୍ୟଟକଙ୍କ ପାଇଁ ଜଗନ୍ନାଥ ମନ୍ଦିର, ହୋଟେଲ ଖୋଲିବା ନେଇ କୌଣସି ଯୋଜନା ନାହିଁ । କରୋନା ମୁକାବିଲା ପାଇଁ ଜିଲ୍ଲାରେ ୩୦୬ଟି କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ୩ ମାସ ପାଇଁ ଗରିବଙ୍କୁ ଆଗୁଆ ରାସନ ସାମଗ୍ରୀ ପ୍ରଦାନକୁ ତ୍ୱରାନ୍ୱିତ କରାଯାଇଛି । ଏଥିରେ ପ୍ରାୟ ୩୪୦,୮୧୪ ପରିବାର ଉପକୃତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

   Related Posts