Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଏବେ ପ୍ୟାରିସ୍ ଜଳ ଭଣ୍ଡାରରେ ମିଳିଲା କରୋନା ଭାଇରସ !

20/04/2020 at 12:47 PM

ପ୍ୟାରିସ, ୨୦|୦୪:  ସାରା ବିଶ୍ୱର ବୈଜ୍ଞାନିକ କରୋନା ଭାଇରସ ବାବଦରେ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି । ମିଳୁଥିବା ଭିନ୍ନ ଭିନ୍ନ ନୂଆ ତଥ୍ୟ ମଧ୍ୟ ଆତଙ୍କ ସୃଷ୍ଟି କରିବାରେ ଲାଗିଛି ।ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକ ପିଇବା ଅଯୋଗ୍ୟ ଜଳ ଭଣ୍ଡାରରେ କରୋନା ଭୂତାଣୁ ଠାବ ହୋଇଛି । ତେବେ ପାନୀୟ ଜଳରେ କୌଣସି ବିପଦ ନଥିବା ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

ମୁଖ୍ୟ ପର୍ଯ୍ୟାବରଣ ଅଧିକାରୀ ସେଲିଆ ବ୍ଲାଉଲ ନ୍ୟୁଜ ଏଜେନ୍ସି ଏଏଫପିକୁ କହିଛନ୍ତି ଯେ, ପ୍ୟାରିସ୍ ଓ୍ୱାଟର ଅଥିରିଟୀର ଲ୍ୟାବରେ ରାଜଧାନୀ ପ୍ୟାରିସର ଆଖପାଖରୁ ସଂଗ୍ରହ କରାଯାଇଥିବା ୨୭ଟି ସାମ୍ପୁଲ ମଧ୍ୟରୁ ଚାରୋଟିରେ ଭାଇରସର ସନ୍ଧାନ ମିଳିଛି । ଏହାପରେ ସେହି ସବୁ ଜଳଭଣ୍ଡାରକୁ ବନ୍ଦ କରିଦିଆଯାଇଛି । ସହରରେ ପାନୀୟ ଜଳ ଭିନ୍ନ ପ୍ରକ୍ରିୟାରେ କରାଯାଏ । ତେଣୁ ପାନୀୟ ଜଳରେ କୌଣସି ବିପଦ ନାହିଁ ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଯେଉଁ ଜଳର ନମୂନା ନିଆଯାଇଥିଲା ତାହା ପିଇବା ଯୋଗ୍ୟ ନଥିଲା । ଏହି ଜଳ ସେଇନ୍ ନଦୀ ଓ ନାଳରୁ ନିଆଯାଇଥିଲା । ଏହି ପାଣିକୁ ସହରର ରାସ୍ତା ସଫା କରିବା ଓ ପାର୍କରେ ପାଣି ଢାଳିବା ପାଇଁ ବ୍ୟବହାର କରାଯାଏ ।କରୋନା ଭାଇରସ ଚିହ୍ନଟ ହେବା ପରେ ଏହି ପାଣିର ସପ୍ଲାଇ ବନ୍ଦ କରିଦିଆଯାଇଛି । ଏନେଇ ରିଜିଓନାଲ ହେଲଥ୍ ଏଜେନ୍ସିକୁ ମଧ୍ୟ ସୂଚନା ଦିଆଯାଇଛି ।

   Related Posts