Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଓଡିଶାରେ କରୋନା ଆତଙ୍କ: ୨ ଦିନରେ ୨୩କୁ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା, ପୋଲିସ କମିଶନର-ବିଏମସି ସଚିବ ଆଲୋଚନା

5/04/2020 at 6:18 PM

ଭୁବନେଶ୍ୱର, ୦୫|୦୪:    ସାରା ଦେଶ କରୋନା ଆତଙ୍କରେ ଥରହର ହେଉଛି । ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣରୁ ଓଡିଶା ବାଦ୍ ପଡିନାହିଁ । ଗତ ୨ ଦିନ ତଳେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୬ ଥିବା ବେଳେ ଏବେ ଏହା ୨୩କୁ ବୃଦ୍ଧି ପାଇଛି ।

ସରକାରୀ ତଥ୍ୟାନୁସାରେ, ସାରା ରାଜ୍ୟରେ ୧୬୯୯ଜଣଙ୍କ ନମୂନା ପରୀକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ ୨୩ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି ୨ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରରେ ୧୪ଟି ମାମଲା ଆସିଥିବା ବେଳେ ଯାଜପୁର, କଟକ, ପୁରୀ ଓ କଳାହାଣ୍ଡିରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଥିବା ବେଳେ ଭଦ୍ରକରୁ ୩ଟି ମାମଲା ରହିଛି । ଏହାସହ ୭୫ଜଣଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି । ଏହାସହ ଆଉ ୨ଟି ନୂଆ କେସ ଆସିବା ପରେ ଭୁବନେଶ୍ୱରର କପିଳପ୍ରସାଦ, ଏବରଙ୍ଗ ଆଦି ଅଞ୍ଚଳକୁ ସିଲ୍ କରାଯାଇଛି ।

ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ଆଜି ରାତି ୮ ଯାଏଁ ସଟଡାଉନ କରାଯାଇଛି । ଏହି ସମୟ ସୀମାରେ କାହାକୁ ମଧ୍ୟ ବାହାରକୁ ବାହାରିବା ପାଇଁ ଅନୁମତି ଦିଆଯାଇ ନାହିଁ । ଏହାସହ ପୋଲିସ କଡାକଡି ଭାବେ ଚେକିଂ ମଧ୍ୟ କରୁଛି । ଏହି ସଟଡାଉନକୁ ଆହୁରି ବଢାଯିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଆଜି ସୂଚନା ଦେଇଥିଲେ ।

ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ କମିଶନର  ସୁଧାଂଶୁ ଷଢଙ୍ଗୀ, ଅନ୍ୟ ଏସିପି, ଡିସିପିଙ୍କ ସହ ଆଲୋଚନା କରିବା ନେଇ ସୂଚନା ଦେଇଛନ୍ତି । ଏପରିକି ସେ ବିଏମସି କମିଶନରଙ୍କ ସହ ମଧ୍ୟ ଆଲୋଚନା କରିବେ । ସଟଡାଉନ ପରେ ସାମାଜିକ ଦୂରତା, ଲୋକମାନେ କିପରି ଅଧିକ ସଂଖ୍ୟାରେ ଘରୁ ନବାହାରିବେ ତାହା ଉପରେ ନଜର ରଖାଯିବା ସହ ଆବଶ୍ୟକ ହେଲେ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

   Related Posts