ଭଲ ଖବର: କମୁଛି କରୋନା ପ୍ରକୋପ, ଦେଶରେ ଏପ୍ରିଲ ୩ ଠାରୁ କୋଭିଡ୍-୧୯ ଭାଇରସ ସଂକ୍ରମଣ ହାର ହ୍ରାସ ପାଇଛି

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ, ୨୨|୦୫:   ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ ୩୧ ଯାଏଁ ଲକଡାଉନକୁ ବୃଦ୍ଧି କରିଛନ୍ତି । ଲକଡାଉନ୍ ଓ କରୋନା ଭାଇରସକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ପାଇଁ କୋଭିଡ-୧୯ର ପ୍ରଭାବ ଅନେକାଂଶରେ କମ ହୋଇଛି ବୋଲି କରୋନା ମୁକାବିଲା ପାଇଁ ଗଠିତ ଗ୍ରୁପ୍ ୧ର ମୁଖ୍ୟ ଭିକେ ପଲ୍ ସୂଚନା ଦେଇଛନ୍ତି ।

wp:html /wp:html

ଭିକେ ପଲ୍ କହିଛନ୍ତି ଯେ, ଲକଡାଉନ୍ ପାଇଁ ଦେଶରେ କୋଭିଡ୍ ୧୯ ମାମଲାର ବୃଦ୍ଧି ଦର ଏପ୍ରିଲ ୩ ପରେ କମିଛି  । ଲକଡାଉନ୍ ପାଇଁ ଦେଶରେ ଭାଇରସର ପ୍ରଭାବ ଯେଉଁ ପରିମାଣରେ ପଡିବା କଥା ସେପରି କିଛି ହୋଇନାହିଁ । ଯଦି ଦେଶରେ ଲକଡାଉନ୍ ଲାଗୁ ହୋଇନଥାନ୍ତା ତେବେ କରୋନା ମାମଲା ଦ୍ରୁତ ଗତିରେ ବଢିଥାନ୍ତା । ଏହା ଆହୁରି ଭୟାବହ ହୋଇଥାନ୍ତା । ଏପରିକି ଲକଡାଉନ୍ ପାଇଁ କରୋନା ଜନିତ ମୃତ୍ୟୁ ଦର ମଧ୍ୟ ହ୍ରାସ ପାଇଛି ।

ସୂଚନାଯୋଗ୍ୟ, ଭାରତରେ କରୋନା ଭାଇରସ ସଂକ୍ରମଣ ମାମଲା ଶୁକ୍ରବାର ୧,୧୮,୪୪୭ରେ ପହଁଚିଛି । ଏହାସହ ଦେଶରେ ମୋଟ ୩୫୮୩ଜଣ ପ୍ରାଣ ମଧ୍ୟ ହରାଇ ସାରିଲେଣି । ତେବେ ୪୮,୫୩୪ଜଣ ସୁସ୍ଥ ହୋଇଥିବାବେଳେ ଏବେ ମୋଟ ସକ୍ରିୟ ମାମଲା ୬୬୩୩୦ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.