ଦେଶରେ କରୋନା ନେଲାଣି ୩୪୩୫ ମୁଣ୍ଡ, ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ଉପରେ

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ, ୨୧|୦୫:  ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ୩୫୯ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩୪୩୫ରେ ପହଁଚିଛି । ସେହିପରି ୪୫ ହଜାର ୩୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏତତ୍ ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ମାମଲାରେ ମହାରାଷ୍ଟ୍ର, ଗୁଜୁରାଟ ଓ ତାମିଲନାଡୁ ଆଗରେ ରହିଛନ୍ତି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୨୩୪୫ଟି ନୂଆ କେସ୍ ସାମ୍ନାକୁ ଆସିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧ ହଜାର ଅତିକ୍ରମ କରିଥିବା ବେଳେ ୧୪୫୪ଜଣ ପ୍ରାଣ ହରାଇଛନ୍ତି । କେବଳ ମୁମ୍ବାଇରେ ୨୪ ଘଣ୍ଟାରେ ୧୩୮୨ଟି କେସ୍ ଆସିଥିବା ବେଳେ ୪୧ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ତାମିଲନାଡୁରେ ମୋଟ ୧୨ ହଜାର ୪୪୮ ଅଧିକ କେସ୍ ଥିବା ବେଳେ ଗୁଜୁରାଟରେ ମଧ୍ୟ ୧୨ ହଜାରରୁ ଅଧିକ କେସ୍ ରହିଛି ।  ୨୪ ଘଣ୍ଟାରେ ଏଠାରେ ୫୬୭ଟି ନୂଆ କେସ୍ ଆସିଥିବା ବେଳେ ୭ ଜଣ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଟପିଛି । ଏହା ମଧ୍ୟରୁ ୩ଲକ୍ଷ ୨୬ ହଜାର ୧୭୨ଜଣ ପ୍ରାଣ ହରାଇ ସାରିଛନ୍ତି । କେବଳ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫.୫ ଲକ୍ଷ ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.