ବିଶ୍ୱକୁ ଘାରିଛି ଭୟଙ୍କର କରୋନା ଭାଇରସ୍‌ ଚିନ୍ତା-ଚୀନରେ ଅଣାୟତ୍ତ, ୫୬ ଜଣଙ୍କର ମୃତ୍ୟୁ ୨ ହଜାର ଆକ୍ରାନ୍ତ

Published By : Prameya-News7 Bureau | January 26, 2020 IST

ଭୁବନେଶ୍ୱର/ଝାରସୁଗୁଡା ୨୬।୦୧ -  ଚୀନରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ଘାତକ କରୋନା ଭୂତାଣୁର ଆତଙ୍କ । ଏବେସୁଦ୍ଧା ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

{"id":216325,"sizeSlug":"large"}

 ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ସମସ୍ତ ରାଜ୍ୟକୁ ମଧ୍ୟ ଏନେଇ ଆଡଭାଇଜରୀ ଜାରି କରାଯାଇଛି । ଓଡ଼ିଶାରେ ଭୁବନେଶ୍ବର ଓ ଝାରସୁଗୁଡା ବିମାନ ବନ୍ଦର ଦେଇ  ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର କରାଯାଇଛି।  …..

{"id":216326,"sizeSlug":"large"}

ସାରା ବିଶ୍ବକୁ ଘାରିଛି ଚୀନରେ ଭୟଙ୍କର ରୂପ ଧାରଣ କରିଥିବା କରୋନା । ଚୀନରେ ୫୬ଜଣଙ୍କ ମୃତ୍ୟୁ ଘଟିଲାଣି । ଚୀନର ଉଆନ ପ୍ରଦେଶରୁ କରୋନା ଭାଇରସ ବ୍ୟାପୁଥିବାରୁ ଏବେ ଏହି ଅଞ୍ଚଳକୁ ଜଳ ସ୍ଥଳ, ଆକାଶରେ ଏକଘରିକିଆ କରାଯାଇଛି ।

{"id":216328,"sizeSlug":"large"}

ସେହିପରି ଅଷ୍ଟ୍ରେଲିଆ, ଆମେରିକା, କୋରିଆ, ଫ୍ରାନ୍ସର ଭଳି ଦେଶ ଗୁଡିକ ଏନେଇ ବିଶେଷ ଭୟଭୀତ ହୋଇ ପଡିଛନ୍ତି ।  କରୋନାର ମୁକାବିଲା ପାଇଁ ଚୀନ ଆର୍ମିର ୪୫୦ଜଣ ସ୍ବତନ୍ତ୍ର ଅଭିଜ୍ଞ ଡାକ୍ତରଙ୍କୁ କାର୍ଯ୍ୟରେ ଲଗାଇଛି …

{"id":216329,"sizeSlug":"large"}

ଚୀନରେ କରୋନା ଭୂତାଣୁର ଭୟାବହତାକୁ ଦେଖି ଭାରତ ସରକାର ଆଗୁଆ ସତର୍କତା ନେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୭ଟି ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇଛି ।

{"id":216330,"sizeSlug":"large"}

ସମସ୍ତ ରାଜ୍ୟର ବିମାନ ବନ୍ଦରରେ ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାର ଦୁଇଟି ବିମାନ ବନ୍ଦରରେ ରାଜ୍ୟ ସରକାର ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରିଛନ୍ତି ।  ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କୋଲକାତା ଓ ନୂଆଦିଲ୍ଲୀ କୁ ବିମାନ ଚଳାଚଳ କରୁଛି।  ଚୀନ, ହଂକଂ

{"id":216332,"sizeSlug":"large"}

ଓ ଥାଇଲାଣ୍ଡରୁ ଫେରୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୁତାଣୁ କାଳେ ଥିବା ପରୀକ୍ଷା କରାଯାଉଛି। ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଏୟାରପୋର୍ଟ ଗୁଡିକରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ଝାରସୁଗୁଡା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିମାନବନ୍ଦର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ସେଠାରେ ଏକ ସ୍କ୍ରିନିଂ ସେଣ୍ଟରର ବ୍ୟବସ୍ଥା କରିଛନ୍ତି ।

କରୋନା ଭାଇରାସ୍ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ସ୍ଥାନୀୟ ଡାକ୍ତରଖାନାକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି ।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.