Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଆମେରିକାରେ କରୋନାର ତାଣ୍ଡବ: ନ୍ୟୁୟର୍କରେ ୫୫% ସଂକ୍ରମିତ ଯୁବଗୋଷ୍ଠୀ, ମେଦବହୁଳତା ଏବଂ ମଧୁମେହ ମୁଖ୍ୟ କାରଣ

30/03/2020 at 4:58 PM

ନୂଆଦିଲ୍ଲୀ ୩୦/୦୩ : କରୋନାକୁ ନେଇ କିଛି ତଥ୍ୟ ଆମେରିକାବାସୀଙ୍କ ଛିଣ୍ଡା ବଢ଼ାଇଛି । ଯେଉଁ ଭୂତାଣୁ ଯୋଗୁଁ ଅଧିକ ବୟସ୍କ ଲୋକ ପ୍ରଭାବିତ ହେଉଛନ୍ତି, ସେହି ଭୁତାଣୁରେ ଯୁବପିଢ଼ି ଆକ୍ରାନ୍ତ ହେବାପରେ ଏହା ଚିନ୍ତାର କାରଣ ସାଜିଛି | ରୋଗ ନିୟନ୍ତ୍ରଣ ନିରାକରଣ କେନ୍ଦ୍ରର ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୪୦ ପ୍ରତିଶତ ରୋଗୀଙ୍କ ବୟସ ୫୫ ବର୍ଷରୁ କମ। ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ବୟସ ୨୦ ରୁ ୪୪ ବର୍ଷ ମଧ୍ୟରେ ରହିଛି |

ଆମେରିକାରେ ୧୯ ରୁ ୫୫ ବର୍ଷ ବୟସର ଲୋକଙ୍କ ସଂଖ୍ୟା ହେଉଛି ୪୭ ପ୍ରତିଶତ | ଡେମୋକ୍ରାଟିକ୍ ପାର୍ଟି ସାଂସଦ ଆଲେକ୍ସଜାଣ୍ଡାରିଆ ଓକାସିଓ କର୍ଟେଜ୍ କହିଛନ୍ତି ଯେ ‘ନ୍ୟୁୟର୍କରେ ୫୫ ପ୍ରତିଶତ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ ୪୯ ବର୍ଷ ମଧ୍ୟରେ ରହିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ଉପରେ ସିଡିସି ବିସ୍ତୃତ ତଥ୍ୟ ପ୍ରଦାନ କରିନାହିଁ। କରୋନା ବ୍ୟାପିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁବକମାନେ ପ୍ରଭାବିତ ହେବାର କିଛି କାରଣ ଥାଇପାରେ | ଯୁକ୍ତରାଷ୍ଟ୍ରରେ ନ୍ୟୁୟର୍କରେ କରୋନା ପ୍ରଥମେ କାୟା ବିସ୍ତାର କରିଥିଲା | ଦେଶର ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ନ୍ୟୁୟର୍କର୍ରେ ଅପେକ୍ଷାକୃତ ଯୁବଗୋଷ୍ଠୀ ଅଛନ୍ତି | ଲକଡାଉନ୍ ଲାଗୁ ହେବା ପୂର୍ବରୁ ବାର୍, ରେସ୍ତୋରାଁ ଏବଂ ମେଟ୍ରୋରେ ଅଧିକ ସଂଖ୍ୟାରେ ଯୁବକ ଭିଡ଼ ହୋଇଥାନ୍ତି | ଏହି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହି ରୋଗ ଶୀଘ୍ର ବ୍ୟାପିଥାଏ |

ଯୁବପିଢ଼ିରେ ଭାଇରସ ବ୍ୟାପିବା ଚିନ୍ତାର କାରଣ ହୋଇପଡିଛି | ଚୀନରେ ଜୀବାଣୁ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗରେ ପୀଡିତ ମୋଟା ଲୋକ ଅଧିକ ପ୍ରଭାବିତ ହୋଇପାରନ୍ତି। ଆମେରିକାରେ ଅଧିକାଂଶ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ | ଇଟାଲୀର ପ୍ରାୟ ୨୦ ପ୍ରତିଶତ ଲୋକ ମେଦବହୁଳତାର ଶିକାର ହୋଇଥିବାବେଳେ ଆମେରିକାରେ ୩୬ ପ୍ରତିଶତ ଲୋକ ଏହାର ଶିକାର ହୋଇଛନ୍ତି | ୧୦ ପ୍ରତିଶତରୁ ଅଧିକ ଆମେରିକୀୟ ମଧୁମେହ ରୋଗୀ। କିନ୍ତୁ ସମସ୍ତେ ବୃଦ୍ଧ ନୁହଁନ୍ତି |

   Related Posts