କରୋନା ପ୍ରଭାବ: ଅର୍ଥଶାସ୍ତ୍ରୀଙ୍କ ଆଶଙ୍କା, ୧୯୪୬ ପରେ ବର୍ତ୍ତମାନ ସବୁଠୁ ବଡ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ଆମେରିକା
8/06/2020 at 6:17 PM

ଓ୍ାଶିଂଟନ ୦୮ ।୦୬: କରୋନା ମହାମାରୀ କାରଣରୁ ସମଗ୍ର ଦୁନିଆର ଅର୍ଥନୀତି ଭୁଶୁଡି ପଡିଛି । ବଡ ବଡ ମହାଶକ୍ତି ଦେଶଗୁଡିକର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଏହି କ୍ରମରେ ଅର୍ଥଶାସ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆମେରିକା ଗତ ସାତ ଦଶନ୍ଧି ମଧ୍ୟରେ ସଂପ୍ରତି ସବୁଠୁ ଭୟାନକ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବ । ଏହା ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଛି, କରୋନା ଭାଇରସ୍ ମହାମାରୀ ପୁଣି ଥରେ ପୃଥିବୀକୁ ପ୍ରତ୍ୟାବର୍ତନ କରିପାରେ । ଏହା ଅର୍ଥବ୍ୟବସ୍ଥା ଲାଗି ବଡ ସଙ୍କଟ ନେଇ ଆସିବ । ନ୍ୟାସନାଲ ଆସୋସିଏସନ ଫର ବିଜେନସ୍ ଇକୋନୋମିକ୍ସ (ଏନଏବିଇ) ଏହି ସମ୍ବନ୍ଧରେ ଏକ ସର୍ବେକ୍ଷେଣ ସୋମବାର ଜାରି କରିଛି ।
ଏହି ସର୍ବେକ୍ଷେଣର ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ଭାଇରସ୍ କାରଣରୁ ଆମେରିକାର ସକଳ ଘରୋଇ ଉତ୍ପାଦ(ଜିଡିପି) ୨୦୨୦ରେ ୫.୯ ପ୍ରତିଶତକୁ ହ୍ରାସ ପାଇବ । ୧୯୪୬ ପରେ ଆମେରିକା ଅର୍ଥବ୍ୟବସ୍ଥାରେ ଏହା ସର୍ବାଧିକ ହ୍ରାସ ହେବ । ଏହା ପୂର୍ବରୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାରଣରୁ ଆମେରିକାର ଜିଡିପି ୧୧.୬ ପ୍ରତିଶତ ହ୍ରାସ ଘଟିଥିଲା।
ଏନଏବିଇର ୪୮ ବିଶେଷଜ୍ଞ ଦଳ ପୂର୍ବାନୁମାନ କରିଛନ୍ତି ଯେ, ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଆମେରିକାର ଜିଡିପି ୫ ପ୍ରତିଶତ ହ୍ରାସ ଘଟୁଥିବା ବେଳେ ଏପ୍ରିଲ-ଜୁନ ତ୍ରୈମାସରେ ରେକର୍ଡ ୩୩.୫ ପ୍ରତିଶତ ହ୍ରାସ ଘଟିବ । ବିଶେଷଜ୍ଞ ଦଳ ଏହା ମଧ୍ୟ ଅନୁମାନ ପ୍ରକାଶ କରିଛନ୍ତି, ୨୦୨୦ ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ହାରରେ ସୁଧାର ଆସିବ ଏବଂ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ୯.୧ ପ୍ରତିଶତ ଓ ଅକ୍ଟୋବର-ଦିସେମ୍ବର ତ୍ରୈମାସରେ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି । ଅର୍ଥଶାସ୍ତ୍ରୀ ଅନୁମାନ କରିଛନ୍ତି ଯେ, ୨୦୨୧ରେ ଆମେରିକାରେ ବୃଦ୍ଧିହାର ୩.୬ ପ୍ରତିଶତ ରହିବ ।