କେଉଁମାନେ ସେବନ କରିପାରିବେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ? ଗାଇଡଲାଇନ୍ ଜାରି କଲା ଆଇସିଏମଆର

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ, ୨୩|୦୫: କରୋନା ସଂକ୍ରମଣକୁ ରୋକିବା ଲାଗି ଆଇସିଏମଆର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଖାଇବା ନେଇ ଜାରି କରିଛନ୍ତି ନୂଆ ଗାଇଡଲାଇନ। ଏଥିରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ବ୍ୟବହାରର ପରିସୀମାକୁ ବ୍ୟାପକ  କରାଯାଇଛି। ଏପଟେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିରେ କୋରୋନା ଟୀକାର ସଫଳ ପରୀକ୍ଷା କରାଯାଇଛି। ହ୍ୟୁମାନ ଟ୍ରାଏଲର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି।  ପ୍ରଥମ ପର୍ଯ୍ୟାୟରେ ଏକ ହଜାର ସମାଜସେବୀଙ୍କ ଶରୀରେ ଟୀକାର ସଫଳତାର ସହିତ ପରୀକ୍ଷା କରାଯାଇଥିଲା। ଖୁବଶୀଘ୍ର  ଟୀକାର ଆରମ୍ଭ ହେବ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ।

{"id":274857,"width":746,"height":405,"sizeSlug":"large"}

ଦେଶରେ ହୁ ହୁ ହୋଇ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମହାମାରୀକୁ ରୋକିବା ଲାଗି କ୍ଲୋରୋକ୍ୱିନ ଖାଇବା ନେଇ ICMR ଜାରି କରିଛି ନୂଆ ଗାଇଡଲାଇନ। ଏଥିରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ବ୍ୟବହାରର ପରିସୀମାକୁ ବ୍ୟାପକ  କରାଯାଇଛି। ଜାରି କରାଯାଇଥିବା ନୂଆ ଗାଇଡଲାଇନରେ କେଉଁମାନେ ଏହି ପ୍ରତିଷେଧକ ଔଷଧ ସେବନ କରିପାରିବେ ସେ ସଂପର୍କରେ ସ୍ପଷ୍ଟ କରାଯାଇଛି।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା କିନ୍ତୁ କରୋନାର କୌଣସି ଲକ୍ଷଣ ନଥିବା ଡାକ୍ତର ଓ

ସ୍ବାସ୍ଥ୍ୟକର୍ମୀ

କଣ୍ଟେନମେଣ୍ଟ ଜୋନ ବା ଅବରୋଧ ଅଞ୍ଚଳରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ

ଅଣ କୋଭିଡ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ

{"id":274859,"width":752,"height":404,"sizeSlug":"large"}

କରୋନା ସଂକ୍ରମିତ ଅଂଚଳରେ କାମ କରୁଥିବା ପୋଲିସ ଓ ଅର୍ଦ୍ଧସମାରିକ ବଳର କର୍ମଚାରୀ

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା କିନ୍ତୁ କରୋନା ଲକ୍ଷଣ ନଥିବା ପରିବାର ସଦସ୍ୟ

ଏପଟେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଖାଇଲେ କରୋନାର ସଂକ୍ରମଣକୁ ରୋକିପାରିବା ନେଇ ସେମିତି କୌଣସି ପ୍ରମାଣ ସିଦ୍ଧ ହୋଇନାହିଁ ବୋଲି ଚିକିତ୍ସା ବିଜ୍ଞାନ ସଂପର୍କିତ ଏକ ପ୍ରତିଷ୍ଠିତ ପତ୍ରିକା ଲାନସେଟ କହିଛି। ‘ହୁ’ ମଧ୍ୟ ଏହି ପ୍ରତିଷେଧକ ଔଷଧ ଖାଇଲେ କରୋନା ସଂକ୍ରମଣକୁ ରୋକିହେବ ବୋଲି ସ୍ପଷ୍ଟ  କରିନି। ତଥାପି ଆଇସିଏମଆରର ସୁପାରିଶ ଆଧାରରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ସେବନର ପରିସୀମାକୁ ବୃଦ୍ଧି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

{"id":274858,"width":747,"height":435,"sizeSlug":"large"}

ସେପଟେ କରୋନା ସଂକ୍ରମଣକୁ ରୋକିବା ଲାଗି ବ୍ରିଟେନ ଅକ୍ସଫୋର୍ଡ ୟୁନିଭରସିଟିରେ ମହାପରୀକ୍ଷା ଆରମ୍ଭ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଭ୍ୟାକ୍ସିନୋଲୋଜିର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ବରେ ଚାଲିଥିବା  ହ୍ୟୁମାନ ଟ୍ରାଏଲ ମହାଅଭିଯାନର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି। ଖୁବଶୀଘ୍ର ହ୍ୟୁମାନ ଟ୍ରାଏଲ ଦ୍ବୀତୀୟ ଓ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯିବ। ପ୍ରଫେସର ସାରା ଗିଲବର୍ଟଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷୀୟ ଏକ ହଜାର ସମାଜସେବୀଙ୍କୁ ସାମିଲ କରାଯାଇଛି। ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଅଲଗା ଅଲଗା ଟୀକାର ପ୍ରୟୋଗ କରାଯାଇଥିଲା। ହ୍ୟୁମନ ଟ୍ରାଏଲର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ୫ରୁ ୧୨ ବର୍ଷର ଶିଶୁ, ୧୮ରୁ ୫୫ ବୟସର ଯୁବକ , ଏବଂ ୫୬ରୁ  ୬୯ ବର୍ଷୀୟ ବୟସ୍କ ଏମିତି ୧୦ ହଜାର ୨୬୦ ଜଣଙ୍କୁ ସାମିଲ କରାଯିବ। କରୋନା ସଂକ୍ରମଣରେ ବିଶ୍ବରେ ୫୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ଏହି ମହାମାରୀ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.