Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆମାଜନ ଗୋଦାମରେ କରୋନା ଡର, ସ୍ଥାନ ଅଭବାରୁ ସଂକ୍ରମଣ ଆଶଙ୍କା ବେଶୀ

2/04/2020 at 12:41 PM

ନୂଆଦିଲ୍ଲୀ ୦୨। ୦୪: ସାରଦେଶରେ କରୋନା ଭାଇରସ ଦିନକୁ ଦିନ ବଢିଚାଲିଛି । ଭାରତରେ ମଧ୍ୟ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । କରୋନା ଯୋଗୁ କେତେକ ଦେଶରେ ଅନଲାଇନ ମାର୍କେଟିଂ କଂପାନି ଆମାଜନର ଚାହିଦା ହଠାତ୍‌ ବଢ଼ିଯାଇଛି । ଲକ୍‌ଡାଉନ ଯୋଗୁ ଲୋକେ ଘରୁ ବାହାରି ପାରୁନଥିବାରୁ ଅନ୍‌ଲାଇନରେ ଆମାଜନରୁ ବିଭିନ୍ନ ସାମଗ୍ରୀ ମଗାଉଛନ୍ତି । ତେବେ ଆମେରିକାରେ ଥିବା ଆମାଜନ କଂପାନିର କେତେକ ଗୋଦାମରେ କରୋନା ସଂକ୍ରମଣ ଭୟ ଦେଖାଦେଇଛି ।

ସେଠାରେ କାମ କରୁଥିବା କର୍ମଚାରୀମାନେ କହିଛନ୍ତି ଯେ, ସଂକ୍ରମଣ ଏଡାଇବା ପାଇଁ ପରସ୍ପର ଭିତରେ ୨ ମିଟର ଦୂରତା ରକ୍ଷା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଥିଲାବେଳେ ସେଇ ଗୋଦାମ ଭିତରେ ସେମାନେ ଏକ ମିଟର ଦୂରତାରେ ରହି କାମ କରୁଛନ୍ତି । ଗୋଦାମ ଭିତରେ ସ୍ଥାନ ଅଭାବ ଯୋଗୁ ସେମାନେ ସାମାଜିକ ଦୂରତ୍ୱ ବଜାୟ ରଖିପାରୁ ନାହାନ୍ତି । ତା’ଛଡା ସମସ୍ତ କର୍ମଚାରୀଙ୍କୁ ଗୋଟିଏ ରେକର୍ଡରେ ଦସ୍ତଖତ କରିବାକୁ କୁହାଯାଉଛି । ଯଦି ଏହି ସ୍ଥାନରେ କରୋନା ଭାଇରସ ବ୍ୟାପେ, ତା’ହେଲେ ସେଠାରୁ ପଠାଯାଉଥିବା ପାର୍ସଲଗୁଡିକ ଜରିଆରେ ଏହା ଆମେରିକାର ସବୁ ଘରକୁ ବ୍ୟାପିଯିବାର ଆଶଙ୍କା ରହିଛି ।

   Related Posts