Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଚିକେନ୍ ଓ ମଟନ ଖାଇବା ଦ୍ୱାରା କରୋନା ବ୍ୟାପିନଥାଏ, ଅଧିକ ତାପମାତ୍ରାରେ ରହେନି ଭାଇରସ

5/03/2020 at 6:56 PM

ନୂଆଦିଲ୍ଲୀ ୦୫|୦୩:  କରୋନା ଭାଇରସ ଚିକେନ, ମଟନ ଓ ସିଫୁଡ୍ ଖାଇବା ଦ୍ୱାରା ବ୍ୟାପିନଥାଏ। ଏହି ଭାଇରସ ଅତି ଉଚ୍ଚ ତାପମାତ୍ରାରେ ରହିପାରେ ନାହିଁ ବୋଲି ଏଫଏସଏସଆଇର ମୁଖ୍ୟ ଜିଏସଜି ଆୟାନଗର ଗୁରୁବାର କହିଛନ୍ତି।

ସେ କହିଛନ୍ତି ଯେ, ଏହା ପଶୁଙ୍କ ଦେହରୁ ଆସିଥିବା ଏକ ଭାଇରସ ଅଟେ। ଏହାର ବିଭିନ୍ନ ବୈଜ୍ଞାନସମତ ଦିଗକୁ ଦେଖିଲେ ଏହା କିପରି ବ୍ୟାପିଥାଏ ସମସ୍ତେ ଜାଣନ୍ତି। ଆମ ଦେଶରେ ଏକଦା ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କଲେ କୌଣସି ଭାଇରସ ବଞ୍ଚିପାରିବେ ନାହିଁ। ଦେଶରେ ୩୦ଟି କରୋନା ମାମଲା ସାମ୍ନାକୁ ଆସିଛି। ଚିକେନ ଓ ମଟନ ଦ୍ୱାରା ଏହା ବ୍ୟାପିଥାଏ ବୋଲି କିଛି ଗୁଜବ ଶୁଣିବାକୁ ମିଳୁଛି।କିନ୍ତୁ ଏପରି କିଛି ହୋଇନଥାଏ।

ସେ ଆହୁରି କହିଛନ୍ତି ଯେ, ଭାରତ କରୋନା ପାଇଁ ଅନୁକୂଳ ଦେଶ ନୁହେଁ। ଏହାକୁ ରୋକିବା କ୍ଷେତ୍ରରେ ସଫଳତା ମିଳିବ। ପୂର୍ବରୁ ଇବୋଲା ଓ ଆଭିଆନ୍ ଫ୍ଲୁ ଭଳି ଭାଇରସକୁ ରୋକାଯାଇଛି। କିନ୍ତୁ ଆମକୁ ସଚେତନତା ଅବଲମ୍ବନ କରିବାକୁ ହେବ। ସରକାର ମଧ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି।

ସୂଚନାଯୋଗ୍ୟ, ଚିକେନ ଦ୍ୱାରା କରୋନା ବ୍ୟାପୁଥିବା ଗୁଜବ କାରଣରୁ ଚିକେନ ବେପାରରେ ୧୭୫୦ କୋଟି ଟଙ୍କା କ୍ଷତି ହୋଇଛି। ଜୀଅନ୍ତା କୁକୁଡା କିଗ୍ରା ପିଛା ୧୦ରୁ ୩୦ ଟଙ୍କା ହ୍ରାସ ପାଇଥିବା ବେଳେ ଚିକେନ ଦର ମଧ୍ୟ ୮୦ ଟଙ୍କାକୁ ଖସିଆସିଛି।    

   Related Posts