ଜେନେଟିକ୍ ପ୍ରକ୍ରିୟାରେ କରୋନା ଭାକସିନ୍ ପ୍ରସ୍ତୁତ କରିବାକୁ ପ୍ରୟାସ, ଡିଏନଏ ଓ ଆରଏନଏ ସହ ହେଉଛି ପରୀକ୍ଷଣ

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ, ୦୨|୦୪:  ସାରା ବିଶ୍ୱର ବୈଜ୍ଞାନିକ କରୋନା ବିରୋଧରେ ଲଢିବା ପାଇଁ ଭାକସିନ୍ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଅନେକ ବୈଜ୍ଞାନିକ ବିଭିନ୍ନ ଭାକସିନ୍ ଡେଭଲପମେଣ୍ଟ୍ ପ୍ଲାଟଫର୍ମର ପ୍ରୟୋଗ ମଧ୍ୟ କରୁଛନ୍ତି । ଏହାକୁ ସେମାନେ ଡିଏନଏ ଓ ଆରଏନଏ ସହ ଯୋଡି ପରୀକ୍ଷା ଆରମ୍ଭ କରିଦେଇଛନ୍ତି । ଏହାକୁ କୌଣସି ଭାଇରସକୁ ବିକଶିତ ଓ ଅଧ୍ୟୟନ କରିବାର ବ୍ୟବହାର କରାଯାଏ ।ଏହା କିପରି ମାନବ କୋଷରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାଏ ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଏ ।

{"id":247968,"width":750,"height":563,"sizeSlug":"large"}

ପ୍ରଥମ ମଡେଲ୍ ବିକଶିତ ହେବା ପରେ କୋଭିଡ-୧୯ ମୁକାବିଲା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ଏକ ଭାକସିନର ଅଧ୍ୟୟନ ଆରମ୍ଭ କରିବା ପାଇଁ ଚୀନରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ସେହିପରି ଏପ୍ରିଲରେ ନ୍ୟୁକ୍ଲିକ୍ ଏସିଡ ଭାକସିନର ବିକାଶ ପାଇଁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି ।

ଭାକସିନ୍ ପ୍ରସ୍ତୁତ କରୁଥିବା ସଂସ୍ଥା ସେପିର ସିଇଓ ରିଚାର୍ଡ ହେଚେଟ୍ କହିଛନ୍ତି ଯେ, ଦ୍ରୁତ ଗତିରେ ଭାକସିନ୍ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରାଯାଉଛି । କରୋନା ଭାଇରସ ପାଇଁ ଟୀକା ଅତିଶୀଘ୍ର ବାହାରିବ ବୋଲି ଆଶା କରାଯାଉଛି । କୌଣସି ଭାକସିନକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ପୂର୍ବରୁ ଅନେକ ପରୀକ୍ଷା କରିବାକୁ ପଡେ । ଉଚିତ ପରୀକ୍ଷଣ କରିବା ପରେ ଭାକସିନକୁ ଲାଇସେନ୍ସ ମିଳିବ । ପରେ ଦେଶକୁ ଅଧିକରୁ ଅଧିକ ଭାକସିନ୍ ପ୍ରସ୍ତୁତ ପାଇଁ ମଞ୍ଜୁରୀ ପ୍ରଦାନ କରାଯିବ ।

ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଭାକସିନ୍ ପ୍ରସ୍ତୁତ କରିବା ଏକ ବିଲମ୍ବିତ ପ୍ରକ୍ରିୟା । ଏହା ଅଧିକ ମହଙ୍ଗା ମଧ୍ୟ । ଅନେକକ ତଥ୍ୟକୁ ବିଶ୍ଲେଷଣ କରିବା ପରେ ହିଁ ଏହାକୁ ପ୍ରସ୍ତୁତ କରାଯାଏ । ଅଧିକ ଖର୍ଚ୍ଚ କରିବା ପାଇଁ ପଡିଥାଏ । ଏହାସହ ମନୁଷ୍ୟ ଓ ପଶୁଙ୍କ ଦେହରେ ପରୀକ୍ଷଣକୁ ସମାନ୍ତରାଳ ଭାବେ ମଧ୍ୟ ଆଗକୁ ନେବାକୁ ହୋଇଥାଏ ।

ଇଣ୍ଡିଆନ ମେଡିକାଲ କାଉନସିଲର ପୂର୍ବତନ ମହାନିର୍ଦ୍ଦେଶକ ଡାକ୍ତର ଏନକକେ ଗାଙ୍ଗୁଲି କହିଛନ୍ତି ଯେ, କରୋନା ଭାଇରସ ମାମଲାରେ ଭାଇରସର ସ୍ପାଇକ୍ ପ୍ରୋଟିନକୁ ବିନାଶ କରିବା ପାଇଁ ଆଣ୍ଟିଜେନ ଡିଜାଇନର ସଂରକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.