Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଇମ୍ୟୁନିଟି ଓ ଭାକସିନକୁ ଚକମା ଦେଇପାରେ କରୋନାର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ : ବିଶେଷଜ୍ଞ

22/06/2021 at 8:21 AM

ନୂଆଦିଲ୍ଲୀ ୨୨/୬ : ସାରା ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ । ହେଲେ ଏହା ପ୍ରତି ଥିବା ବିପଦ କିନ୍ତୁ ଟଳିନି । ଦିନକୁ ଦିନ ଏହାର ବଦଳୁଥିବା ରୂପ ଭୟ ବଢାଇବାରେ ଲାଗିଛି । କରୋନାର ୨ୟ ଲହରରେ ପ୍ରମୁଖ କାରଣ ହେଉଛି ଡେଲଟା ଭାରିଆଣ୍ଟ । ବର୍ତ୍ତମାନ ମଧ୍ୟ ଆଉ ଏକ ଚିନ୍ତା ବଢାଇଛି ଯେ, ଭାରିଆଣ୍ଟ ଡେଲଟା ପ୍ଲସ୍ କିମ୍ବା AY.01ର ନୂତନ ପରିବର୍ତ୍ତନ ।

ତେବେ ବିଶେଷଜ୍ଞମାନେ ସୂଚାଇଛନ୍ତି ଯେ ଡେଲଟା + ଭାରିଆଣ୍ଟ ଟିକା ଏବଂ ଇମ୍ୟୁନିଟିକୁ ଚକମା ଦେଇପାରିବ । ଭାରତର ଅଗ୍ରଣୀ ବାୟୋଲୋଜିଷ୍ଟ ତଥା INSACOG ର ପୂର୍ବତନ ସଦସ୍ୟ ପ୍ରଫେସର ସହିଦ ଜାମେଲ କହିଛନ୍ତି ଯେ ଏହି କଥାର ଅନୁମାନ ଲଗାଯାଏ କି, ଡେଲଟା ପ୍ଲସ ଭାରିଆଣ୍ଟର କୋପ ଅଧିକ ରହିବ । ଯାହାଫଳରେ କୌଣସି ପ୍ରକାରର ଔଷଧ କିମ୍ୱା ଟିକା କାମଦେଇନପାରେ ।

ପ୍ରଫେସର ଜାମେଲ କହିଛନ୍ତି ଯେ ଏହା କୁହାଯାଉଛି କାରଣ ଡେଲଟା ପ୍ଲସରେ ସମସ୍ତ ଲକ୍ଷଣ ରହିଛି ଯାହା ମୂଳ ଡେଲଟା ପ୍ରକାରରେ ଥିଲା । କିନ୍ତୁ ଏହା ବ୍ୟତୀତ K417N ନାମର ମ୍ୟୁଟେସନ ହେଉଛି ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଭିଟାରୁ ମିଳିଥିଲା । ସେ କହିଛନ୍ତି ଯେ ଆମେ ଭଲଭାବେ ଜାଣୁ ଯେ ଟିକାର ପ୍ରଭାବ ଭିଟା ଭାରିଆଣ୍ଟ ଉପରେ କମ୍ ଅଟେ ।

ଟିକା ପାଇଁ ଆଲଫା ଏବଂ ଡେଲଟା ଭାରିଆଣ୍ଟ ଅପେକ୍ଷା ଭିଟା ଭାରିଆଣ୍ଟ ଦ୍ରୁତ ଅଟେ । ଦକ୍ଷିଣ ଆଫ୍ରିକା ସରକାର ଆଷ୍ଟ୍ରାଜେନେକା ଟିକା ବନ୍ଦ କରିଦେଇଛନ୍ତ । କାରଣ ପରୀକ୍ଷାମୂଳକ ଭାବେ ଜଣାପଡିଲା କି, ଏହି ଟିକା ସେଠାରେ ଥିବା ଭୂତାଣୁ ବିରୋଧରେ ପ୍ରଭାବଶାଳୀ ନଥିଲା ।

   Related Posts