ଦେଶରେ କରୋନା ନେଲାଣି ୬୪୦ଜଣଙ୍କ ଜୀବନ, ୨୦ହଜାର ପାଖାପାଖି ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୦ ହଜାରରେ ପହଞ୍ଚିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ୮୮୫ ହୋଇଛି । ଏଥିମଧ୍ୟରେ ୧୫ ହଜାର ୪୭୪ ଜଣ ସକ୍ରିୟ ଥିବାବେଳେ ୬୪୦ ଜଣଙ୍କର ମୃତ୍ୟୁ ଘଟିଛି । ଚିକିତ୍ସା ପରେ ୩ ହଜାର ୮୭୦ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ର କରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ଏଠାରେ ୫୨୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୧ ଜଣଙ୍କର ମୃତ୍ୟୁ ହୋଇଛି । ୭୨୨ ଜଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀକୁ ପଛରେ ପକାଇ ଗୁଜୁରାଟ ଦ୍ବିତୀୟ ସ୍ଥାନରେ ରହିଛି । ଏପର୍ଯ୍ୟନ୍ତ ସେଠାରେ ୨୧୭୮ ଜଣ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୯୦ ଜଣଙ୍କର ମୃତ୍ୟୁ ହୋଇଛି । ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ବର୍ତ୍ତମାନ ପର୍ଯ୍ୟନ୍ତ ୨୧୫୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ରାଜସ୍ଥାନରେ ୧୬୫୯ ସଂକ୍ରମିତ (୨୫ ମୃତ୍ୟୁ), ତାମିଲନାଡୁ ୧୫୯୬ ସଂକ୍ରମିତ (୧୮ ମୃତ୍ୟୁ), ମଧ୍ୟପ୍ରଦେଶରେ ୧୫୫୨ ସଂକ୍ରମିତ (୭୬ ମୃତ୍ୟୁ), ଉତ୍ତରପ୍ରଦେଶରେ ୧୨୯୪ ସଂକ୍ରମିତ (୨୦ ମୃତ୍ୟୁ), ଆନ୍ଧ୍ରପ୍ରଦେଶରେ ୭୫୭ ସଂକ୍ରମିତ (୨୨ ମୃତ୍ୟୁ), ଆଣ୍ଡାମାନ ଏବଂ ନିକୋବରରେ ୧୬ ସଂକ୍ରମିତ, ଅରୁଣାଚଳ ପ୍ରଦେଶରେ ଜଣେ ସଂକ୍ରମିତ, ଆସାମରେ ୩୫ ସଂକ୍ରମିତ (ଗୋଟିଏ ମୃତ୍ୟୁ), ବିହାରରେ ୧୨୬ ସଂକ୍ରମିତ (୨ ମୃତ୍ୟୁ), ଚଣ୍ଡିଗଡରେ ୨୭ ସଂକ୍ରମିତ, ଛତିଶଗଡରେ ୩୬ ସଂକ୍ରମିତ, ଗୋଆରେ ୭ ସଂକ୍ରମିତ, ହରିୟାଣାରେ ୨୫୪ ସଂକ୍ରମିତ (୩ ମୃତ୍ୟୁ), ହିମାଚଳ ପ୍ରଦେଶରେ ୩୯ ସଂକ୍ରମିତ (ଗୋଟିଏ ମୃତ୍ୟୁ) ହୋଇଛି ।

ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରେ ୩୮୦ ସଂକ୍ରମିତ (୫ ମୃତ୍ୟୁ), ଝାଡଖଣ୍ଡରେ ୪୫ ସଂକ୍ରମିତ (୩ ମୃତ୍ୟୁ), କର୍ଣ୍ଣାଟକରେ ୪୧୮ ସଂକ୍ରମିତ (୧୭ ମୃତ୍ୟୁ), କେରଳରେ ୪୨୭ ସଂକ୍ରମିତ (୩ ମୃତ୍ୟୁ), ଲଦାଖରେ ୧୮ ସଂକ୍ରମିତ, ମଣିପୁରରେ ୨ ସଂକ୍ରମିତ, ମେଘାଳୟରେ ୧୨ ସଂକ୍ରମିତ (ଗୋଟିଏ ମୃତ୍ୟୁ), ମିଜୋରାମରେ ଜଣେ ସଂକ୍ରମିତ, ଓଡିଶାରେ ୮୨ ସଂକ୍ରମିତ (ଗୋଟିଏ ମୃତ୍ୟୁ) (୨୨ ତାରିଖ ସୁଦ୍ଧା) ରିପୋର୍ଟ ହୋଇଛି ।

ସେହିଭଳି ପୁଡୁଚେରୀରେ ୭ ସଂକ୍ରମିତ, ପଞ୍ଜାବରେ ୨୪୫ ସଂକ୍ରମିତ (୧୬ ମୃତ୍ୟୁ), ତେଲେଙ୍ଗାନାରେ ୯୨୮ ସଂକ୍ରମିତ (୨୩ ମୃତ୍ୟୁ), ତ୍ରିପୁରାରେ ୨ ସଂକ୍ରମିତ, ଉତ୍ତରାଖଣ୍ଡରେ ୪୬ ସଂକ୍ରମିତ, ପଶ୍ଚିମବଙ୍ଗରେ ୪୨୩ ସଂକ୍ରମିତ (୧୫ ମୃତ୍ୟୁ) ରିପୋର୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.