Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଭୟାବହ ହେଉଛି କରୋନା : ୧୭୦ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା, ୪ଟି ଦେଶରୁ ଚୀନ୍‌କୁ ବିମାନ ଚଳାଚଳ ରଦ୍ଦ

30/01/2020 at 4:09 PM

ବେଜିଂ ୩୦।୧: ମାରାତ୍ମକ କରୋନା ଭାଇରସ୍ ଯୋଗୁଁ ଆଉ ୩୮ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଚୀନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୭୦ରେ ପହଞ୍ଚିଛି । ସେହିଭଳୁ ଚୀନ୍ ସମେତ ଅନ୍ୟ ଦେଶଗୁଡିକରେ ପ୍ରାୟ ୬୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ମୃତକ ଏବଂ ଆକ୍ରାନ୍ତଙ୍କ ବଢୁଥିବା ସଂଖ୍ୟା ଦେଖି ସାରା ବିଶ୍ବରେ ଏବେ ଆତଙ୍କ ଖେଳିଯାଇଛି ।

ଭାରତ ସମେତ ବ୍ରିଟେନ୍, ଋଷ, ଇଣ୍ଡୋନେସିଆ ଏବଂ ମିୟାଁମାରରୁ ଚୀନ୍ କୁ ବିମାନ ଚଳାଚଳ ବନ୍ଦ ରହିଛି । ଚୀନ୍ ଗସ୍ତରେ ନଯିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅପିଲ କରିଛି । ଭାରତର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଦିଲ୍ଲୀରୁ ସାଂଘାଇକୁ ବିମାନ ଚଳାଚଳ ୩୧ ଜାନୁଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ରଦ୍ଦ କରିଦେଇଛି ।

ଅନ୍ୟପଟେ ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ଫେବୃଆରୀ ୧ ତାରିଖରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ବେଙ୍ଗାଲୁରୁ-ହଂକଂ ଏବଂ ଦିଲ୍ଲୀ-ଚେଙ୍ଗଦୁ ମଧ୍ୟରେ ବିମାନ ସେବା ରଦ୍ଦ କରିଥିବା ନେଇ ବୁଧବାର ଦିନ ଘୋଷଣା କରିଥିଲା ।

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହିଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

   Related Posts