କରୋନାରେ ଲାଗୁନି ବ୍ରେକ୍ : ସାରା ଦେଶରେ ୫୭୩୪ ଜଣ ସଂକ୍ରମିତ, ୧୬୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୯।୪: ସାରା ଦେଶରେ ୫,୭୩୪ ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେହିଭଳି ଏହି ଭାଇରସ୍ ସଂକ୍ରମଣ ଯୋଗୁଁ ୧୬୬ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ତେବେ କରୋନା ସଂକ୍ରମିତରୁ ସୁସ୍ଥ ହୋଇ ୪୭୩ଜଣ ଘରକୁ ଫେରିଛନ୍ତି । ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଯାହାକୁ ନେଇ ଦେଶବ୍ୟାପୀ ଲକ୍ ଡାଉନ୍ କରାଯାଇଛି । ଫଳରେ ଲୋକମାନେ ଘରେ ରହିଛନ୍ତି ।

{"id":249519,"sizeSlug":"large"}

ମହାରାଷ୍ଟ୍ରରେ ସର୍ବାଧିକ ୧୧୩୫ ଜଣ କରୋନା ସଂକ୍ରମଣ ହୋଇଥିବାବେଳେ ୭୨ ରୋଗୀଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ୬୬୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଜାମ୍ମୁ କାଶ୍ମୀରର ଉଦାମପୁରରେ ୬୧ ବର୍ଷ ବୟସ୍କା ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୪ ଜଣ ପ୍ରାଣ ହରାଇଛନ୍ତି ।

{"id":248896,"sizeSlug":"large"}

ସେହିଭଳି ଝାଡଖଣ୍ଡରେ କରୋନା ମାମଲା ବୃଦ୍ଧି ପାଇଛି । ଗୁରୁବାର ଦିନ ୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ରାଞ୍ଚିର ହିନ୍ଦୀପେରାଇ ଅଞ୍ଚଳରେ ୫ ଏବଂ ବୋକାରୋରେ ୪ଜଣ ସଂକ୍ରମିତ ହୋଇଥିବା ସାମ୍ନାକୁ ଆସିଛି ।ଏହି ସମସ୍ତ ଲୋକ ସେହି ପରିବାରର ସମ୍ପର୍କୀୟ, ଯେଉଁମାନେ ପୂର୍ବରୁ ପିଜିଟିଭ ଥିଲେ । ବର୍ତ୍ତମାନ ଝାଡଖଣ୍ଡର ମୋଟ୍ ରୋଗୀଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

{"id":248087,"width":577,"height":385,"sizeSlug":"large"}

ପଞ୍ଜାବରେ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମୋଟ୍ ରୋଗୀଙ୍କ ସଂଖ୍ୟା ୧୧୬ କୁ ବୃଦ୍ଧି ପାଇଛି । ୧୬ ସଂକ୍ରମିତଙ୍କ ମଧ୍ୟରୁ କେବଳ ୧୦ ଜଣ ମୋହାଲି ଜିଲ୍ଲାର ଜବାହରପୁର ଗାଁର । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗ୍ରାମରେ ୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ବୁଧବାର ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କାରଣରୁ ବର୍ତ୍ତମାନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଛି ।

{"id":247968,"sizeSlug":"large"}

ସୂଚନାଯୋଗ୍ୟ ଯେ, ସାରା ବିଶ୍ବରେ ୧,୫୧୪,୮୬୬ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୮୮,୫୩୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିଭଳି ଏହି ଭାଇରସ୍ କବଳରୁ ୩୨୯,୪୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.