ଏହି ଦେଶ ଚୀନ୍‌ଠାରୁ ୩୦୦ଗୁଣ ଛୋଟ, କିନ୍ତୁ କରୋନାଜନିତ ମୃତ୍ୟୁସଂଖ୍ୟା ଚୀନ୍‌ଠୁ ଅଧିକ

Published By : Prameya-News7 Bureau | April 13, 2020 IST

ବ୍ରୁସେଲ୍ସ ୧୩।୪: କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ ହାହାକାର ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ବିଶ୍ବରେ ୧ ଲକ୍ଷ ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି । ଯେଉଁ ଚୀନରୁ କରୋନା ଭାଇରସ୍ ଉତ୍ପନ ହୋଇଥିଲା ସେଠାରେ ଯେତିକି ଲୋକଙ୍କର ମୃତ୍ୟୁ ହୋଇଛି ତାଠାରୁ ଅଧିକ ମୃତ୍ୟୁ ଚୀନ୍ ଠାରୁ ୩୦୦ଗୁଣ ଛୋଟ ଦେଶରେ ହୋଇସାରିଲାଣି ।

{"id":253351,"sizeSlug":"large"}

ୟୁରୋପୀୟ ଦେଶ ବେଲଜିୟମରେ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୫୬ ମିନିଟ୍ ପର୍ଯ୍ୟନ୍ତ ୩୬୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଯେଉଁଠାରେ ଚୀନରେ କରୋନା ଭାଇରସ୍ ଯୋଗୁଁ ୩୩୪୧ ଜଣଙ୍କର ମୃତ୍ୟୁ ଘଟିଛି ।

{"id":253161,"sizeSlug":"large"}

ବେଲଜିୟମର କ୍ଷେତ୍ରଫଳ ୩୦,୬୮୯ ବର୍ଗ କିଲୋମିଟର ଥିବାବେଳେ ଚୀନର କ୍ଷେତ୍ରଫଳ ୯୫୯୬୯୬୧ ବର୍ଗ କିଲୋମିଟର । କ୍ଷେତ୍ରଫଳ ଦୃଷ୍ଟିରୁ ଚୀନଠାରୁ ବେଲଜିୟମ ୩୧୨ ଗୁଣ ଛୋଟ । ୟୁରୋପୀୟ ୟୁନିଅନର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ରହିଛି।

{"id":253346,"sizeSlug":"large"}

ସେହିଭଳି ଜନସଂଖ୍ୟା ଦୃଷ୍ଟିରୁ ଚୀନ୍ ତୁଳନାରେ ବେଲଜିୟମର ଜନସଂଖ୍ୟା ବହୁତ କମ୍ ଅଟେ । ବେଲଜିୟମରେ ୨୦୧୯ ଜନଗଣନା ଅନୁଯାୟୀ, ଏକ କୋଟି ୧୫ ଲକ୍ଷ ଜନସଂଖ୍ୟା ଥିବାବେଳେ ୨୦୧୮ର ଆନୁମାନିକ ଜନସଂଖ୍ୟା ଅନୁଯାୟୀ ଚୀନର ଜନସଂଖ୍ୟା ୧ ଅରବ ୪୧କୋଟିରୁ ଅଧିକ ।

{"id":252880,"sizeSlug":"large"}

ସୂଚନାଯୋଗ୍ୟ ଯେ, ବେଲଜିୟମରେ ମୃତ୍ୟୁ ସଂଖ୍ୟା ଚୀନ୍ ଠାରୁ ଅଧିକ ହେବାପରେ ବର୍ତ୍ତମାନ ଏପରି ୭ଟି ଦେଶ ଅଛି ଯେଉଁଠାରେ ଚୀନରୁ ଅଧିକ ମୃତ୍ୟୁ ଘଟିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୨୨,୧୧୫ ରହିଛି । ଏହାପରେ ଇଟାଲୀ, ସ୍ପେନ୍, ଫ୍ରାନ୍ସ, ବ୍ରିଟେନ୍, ଇରାନ ଏବଂ ବେଲଜିୟମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.