ଭାରତରେ କରୋନାର କାୟା ବିସ୍ତାର : ପ୍ରାଣ ହରାଇଲେଣି ୧୦୦ରୁ ଅଧିକ, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୪୦୦୦

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୬।୪: ଚୀନ୍ ଉହାନ ସହରରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ୍ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ସାରା ବିଶ୍ବର ଲକ୍ଷ ଲକ୍ଷ ଲୋକ ଏହି ଭାଇରସ୍ କବଳରେ । ହଜାର ହଜାର ଲୋକ ଏହି ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଇସାରିଲେଣି । ତେବେ ଭାରତରେ ମଧ୍ୟ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଅପ୍ରେଲ ୬ ତାରିଖ ସୋମବାର ସକାଳ ପର୍ଯ୍ୟନ୍ତ କରୋନା ଭାଇରସ୍ ଯୋଗୁଁ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୪୦୦୦ରୁ ଅଧିକ ରହିଛି ।

{"id":249690,"sizeSlug":"large"}

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଅପ୍ରେଲ ୬ ତାରିଖ ସକାଳ ୯ଟା ସୁଦ୍ଧା ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଞ୍ଚିଛି । ସେଥିମଧ୍ୟରୁ ୩୬୬୬ ମାମଲା ସକ୍ରିୟ ଥିବାବେଳେ ୨୯୧ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏହି ମହାମାରୀ ଯୋଗୁଁ ଦେଶରେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି ।

{"id":249686,"sizeSlug":"large"}

ଗତ କିଛି ଦିନ ମଧ୍ୟରେ ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି । ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଉପସ୍ଥିତ ଥିବା ତବଲିଗୀ ଜମାତର ମରକଜଙ୍କ ମାମଲା ଆସିବା ପରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି।

{"id":249519,"sizeSlug":"large"}

ବର୍ତ୍ତମାନ ଦେଶର ୩୦ଟି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ପ୍ରଦେଶରେ କରୋନା ମହାମାରୀର ପ୍ରଭାବ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ମହାରାଷ୍ଟ୍ର, ଦିଲ୍ଲୀ, କେରଳ ଭଳି ରାଜ୍ୟରେ ସର୍ବାଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ଭାଇରସ୍ ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ଘଟିଛି ।

{"id":249689,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଲକ୍ ଡାଉନ୍ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିପାରିବେନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.