Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଏବେ କିଡନୀ ଓ ଫୁସପୁସକୁ ଆକ୍ରମଣ କରୁଛି କରୋନା ଭାଇରସ, ଦିନକୁ ଦିନ ହେଉଛି ମାରାତ୍ମକ’- ଏମ୍ସ ନିର୍ଦ୍ଦେଶକ

13/07/2020 at 8:07 AM

ନୂଆଦିଲ୍ଲୀ, ୧୩|୦୭:   ଗତ ୫ ମାସ ହେଲା ଭାରତରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ପୂର୍ବାପେକ୍ଷା ଏବେର ସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଏବେ ଗୋଟିଏ ଦିନରେ ହଜାର ହଜାର ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଭାଇରସ ଏବେ ନୂଆ ନୂଆ ରୂପ ଦେଖାଉଛି । ଏହା କେବଳ ଫୁସପୁସ୍ ନୁହେଁ ବରଂ ହୃଦୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ଏନେଇ ଦିଲ୍ଲୀ ଏମସର ନିର୍ଦ୍ଦେଶକ ରଣଦୀପ ଗୁଲୋରିଆ ସୂଚନା ଦେଇଛନ୍ତି ।

ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ରଣଦୀପ କହିଛନ୍ତି ଯେ, ଏବେ ଭାଇରସ ସିଷ୍ଟମିକ୍ ଡିଜିଜ୍ ହୋଇଯାଇଛି । ଏହା ଗୋଟିଏ ସମୟରେ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଁଚାଉଛି । କରୋନାରୁ ସୁସ୍ଥ ହେବା ପରେ ଅନେକ ବ୍ୟକ୍ତିଙ୍କ ଫୁସଫୁସରେ କଷ୍ଟ ଅନୁଭୂତ ହେଉଛି । ମାସ ମାସ ପରେ ବି ଆକ୍ରାନ୍ତଙ୍କୁ ଘରେ ଅକ୍ସିଜେନ୍ ଦେବାକୁ ପଡୁଛି ।

ସେ ଆହୁରି କହିଛନ୍ତି ଯେ, ଭାଇରସ ଏବେ ଅଧିକ ମାରାତ୍ମକ ହୋଇଯାଇଛି । ପୂର୍ବରୁ ଏହା ଏକ ନିମୋନିଆ ବୋଲି ସମସ୍ତେ ଭାବୁଥିଲେ । ଏବେ ଆକ୍ରାନ୍ତଙ୍କ ରକ୍ତ ଜମାଟ ବାନ୍ଧି ଯାଉଛି । ଫଳରେ ହୃଦୟ ଓ ଫୁସଫୁସ୍ କାମ କରିବା ବନ୍ଦ କରିଦେଉଛି । ଏପରିକି ମସ୍ତିଷ୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି । ପ୍ରଥମେ ଏହାକୁ ଏକ ବଡ ପ୍ରସଙ୍ଗ ଭାବେ ଗ୍ରହଣ କରାଯାଉ ନଥିଲା । କିନ୍ତୁ ଏବେ ଏହା ଅଧିକ ସମସ୍ୟା ସୃଷ୍ଟି କରୁଛି ।

ସେ ଆହୁରି କହିଛନ୍ତି ଯେ, ସୁସ୍ଥ ହେବା ୩ ମାସ ପରେ ଫୁସଫୁସଜନିତ ସମସ୍ୟା ଦେଖାଦେଉଛି । କିଛି ଆକ୍ରାନ୍ତଙ୍କୁ ଅକ୍ସିଜେନର ମଧ୍ୟ ଆବଶ୍ୟକତା ରହିଛି । ଅନେକ ସପ୍ତାହ ଧରି ସେମାନେ ଥକାପଣର ସାମ୍ନା କରୁଛନ୍ତି ।

   Related Posts