ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ଥିଲେ କରୋନା ସଂକ୍ରମଣର ଆଶଙ୍କା ବେଶୀ
3/07/2020 at 11:48 AM

ନୂଆଦିଲ୍ଲୀ ୦୩/୦୭ : ବିଶ୍ୱ ମହାମାରୀ କରୋନା ହୁ ହୁ ହୋଇ ବଢି ଚାଲିଛି | ଏହାର ପ୍ରମାଣିକ ଚିକିତ୍ସା ମଧ୍ୟ ମିଳିନାହିଁ | ମାନବ ଜାତିର ସବୁଠାରୁ ବଡ ଶତ୍ରୁ ପାଲଟିଛି କରୋନା | ଏକ ନୂଆ ଅନୁସନ୍ଧାନରେ ଜଣାପଡିଛି ଯେ ହୃଦୟ ସମ୍ବନ୍ଧୀୟ କୌଣସି ରୋଗ କିମ୍ବା ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀ ଅଧିକ ସଚେତନ ରହିବା ଆବଶ୍ୟକ | ରିପୋର୍ଟ ଅନୁସାରେ, ଏହିଭଳି ଲୋକଙ୍କୁ କରୋନା ସଂକ୍ରମଣ ପୁଣିଥରେ ସଂକ୍ରମିତ କରିପାରେ | ଚୀନ ହୋଯହୋଙ୍ଗ ବିଶ୍ୱ ବିଦ୍ୟାଳୟର ବିଜ୍ଞାନ ଓ ପ୍ରଦ୍ୟୋଗିକ ବିଭାଗ ଏକ ଅଧ୍ୟୟନରୁ ଖୁଲାସା କରିଛି | ଅଧ୍ୟୟନରେ ବୁହାନ ହସ୍ପିଟାଲରେ ଭର୍ତ୍ତି ଥିବା ୯୩୮ ରୋଗୀଙ୍କ ଡାଟା ସାମିଲ କରାଯାଇଥିଲା | ରିପୋର୍ଟ ଅନୁସାରେ ଏହିଭଳି ରୋଗୀଙ୍କ ଫୁସଫୁସରୁ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭଲ ହୋଇନଥାଏ | କରୋନା ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ସୁସ୍ଥ ବୋଲି ଘୋଷଣା କରିଦିଆଯାଏ କିନ୍ତୁ କିଛି ଦିନ ପରେ କରୋନା ଭାଇରସ ପୁଣିଥରେ ଆକ୍ରମଣ କରିଥାଏ | ସାଧାରଣ ରୋଗୀଙ୍କ ତୁଳନାରେ ହାର୍ଟ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସ୍ଥିତି ଅଧିକ ଘାତକ |
myUpchar ସହ ଜଡିତ ଏମ୍ସ ଡାକ୍ତର ଅଜୟ ମୋହନଙ୍କ ଅନୁସାରେ କରୋନା ଭାଇରସ ଏକ ପ୍ରକାର ଭାଇରାଲ ଇନଫେକ୍ସନ | ଏହା ମୁଖ୍ୟତଃ ଶ୍ୱାସ ତନ୍ତ୍ର, ନାକ ଓ ଗଳାକୁ ପ୍ରଭାବିତ କରିଥାଏ | ଯେଉଁମାନେ ପୂର୍ବରୁ ଡାଏବେଟିସ, ହାର୍ଟ ସମ୍ବନ୍ଧୀୟ କୌଣସି ରୋଗ କିମ୍ବା ରକ୍ତଚାପରେ ପୀଡିତ ସେମାନଙ୍କୁ କରୋନା ଭାଇରସ ସହଜରେ ଆକ୍ରମଣ କରିଥାଏ | ଶରୀରରେ ପୂର୍ବରୁ ରହିଥିବା ଏହି ରୋଗ କାରଣରୁ ଏମାନଙ୍କୁ କରୋନାରୁ ବଞ୍ଚିବା ମୁସ୍କିଲ ହୋଇପଡେ |
ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ନିଜ ଗାଇଡଲାଇନରେ ସ୍ପଷ୍ଟ ଉଲ୍ଲେଖ କରିଛି ଯେ ଏହିଭଳି ରୋଗୀଙ୍କୁ ବିଶେଷ ଭାବେ ନିଜର ଯତ୍ନ ନେବା ଉଚିତ | ଆଇସିଏମଆର ସ୍ପଷ୍ଟ ଭାବେ କହିଛି ଡାଏବେଟିସ କିମ୍ବା ରକ୍ତଚାପରେ ପୀଡିତ ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେବା ସୁନିଶ୍ଚିତ ନୁହେଁ କିନ୍ତୁ ଅଧିକ ସାବଧାନତା ଆବଶ୍ୟକ | ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରିବାକୁ ସେ ପରାମର୍ଶ କରିଛନ୍ତି | ଏହା ସହ କରୋନା ଭାଇରସ ଓ ଲକଡାଉନ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି |
କରୋନା ସମୟରେ ଅନେକ ଔଷଧ ପ୍ରଚଳିତ ହୋଇଛି କିନ୍ତୁ କୌଣସି ଔଷଧ କରୋନାର ଚିକିତ୍ସା ପାଇଁ ଉପଯୁକ୍ତ ବୋଲି ପ୍ରମାଣିତ ହୋଇନାହିଁ | ସେଥିପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ ନ କରିବାକୁ ଆଇସିଏମଆର ନିର୍ଦେଶ ଦେଇଛନ୍ତି | କୌଣସି ଔଷଧ କିମ୍ବା ଘରୋଇ ଉପଚାର ପ୍ରୟୋଗ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିହାତି ଆବଶ୍ୟକ | myUpchar ସହ ଜଡିତ ଏମ୍ସ ଡାକ୍ତର ଅଜୟ ମୋହନଙ୍କ କହିବାନୁଯାୟୀ, ଯେପର୍ଯ୍ୟନ୍ତ କରୋନା ଭାଇରସର କୌଣସି ସଠିକ ଚିକିତ୍ସା ନ ମିଳୁଛି ସେପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ |