କରୋନାରୁ ଇଟାଲୀକୁ ମିଳିଲା ସାମାନ୍ୟ ଆସ୍ବସ୍ତି, ପ୍ରତିଦିନର ମୃତ୍ୟୁସଂଖ୍ୟା ପ୍ରଥମଥର କମିଲା

Published By : Prameya-News7 Bureau | April 06, 2020 IST

ରୋମ ୬।୪: ଇଟାଲୀରେ ରବିବାର ଦିନ ଦୁଇ ସପ୍ତାହ ମଧ୍ୟରେ ପ୍ରଥମ ଥର ପାଇଁ କରୋନା ଭାଇରସ୍ ଦ୍ବାରା ମୃତ୍ୟୁ ସଂଖ୍ୟା କମ୍ ଥିଲା । ଏଥି ସହିତ କ୍ରମାଗତ ଦ୍ବିତୀୟ ଦିନ ଗୁରୁତର ଅସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ନାଗରିକ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ରବିବାର ଦିନ କରୋନା ଭାଇରସରେ ୫୨୫ ଜଣଙ୍କର ମୃତ୍ୟୁ ଘଟିଛି, ଯାହା ମାର୍ଚ୍ଚ ୧୯ ରେ ୪୨୭ ଜଣଙ୍କ ମୃତ୍ୟୁ ପରେ ସର୍ବନିମ୍ନ । ବର୍ତ୍ତମାନ ପର୍ଯ୍ୟନ୍ତ, ଇଟାଲୀରେ ୧୫ ହଜାର ୮୮୭ ଜଣଙ୍କର ମୃତ୍ୟୁ ହୋଇଛି ।

{"id":249689,"sizeSlug":"large"}

ସର୍ବଶେଷ ତଥ୍ୟ ଅନୁଯାୟୀ ଏଠାରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି । ପ୍ରଥମ ଥର ପାଇଁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ଇଟାଲୀର ନାଗରିକ ସୁରକ୍ଷା ବିଭାଗ ଅନୁଯାୟୀ, ଇଟାଲୀ ଡାକ୍ତରଖାନାଗୁଡିକରେ ଗୁରୁତର ରୋଗୀଙ୍କ ସଂଖ୍ୟା ୪୦୬୮ ଥିଲା, ଯାହା ଶନିବାର ଦିନ ୩୯୯୪କୁ ହ୍ରାସ ପାଇଥିଲା ।

{"id":249683,"sizeSlug":"large"}

ଇଟାଲୀର ରୋବିଓ ସହର ଅଧିକ ପ୍ରଭାବିତ ହୋଇଛି । ସହରର ମେୟର ରୋବର୍ଟୋ ଫ୍ରାନ୍ସିସ ଏହି ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ସହରର ସମସ୍ତ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ସେ ବିଶ୍ବାସ କରନ୍ତି ଯେ ଯଦି ସୁସ୍ଥ ଲୋକ ସଂକ୍ରମିତ ଲୋକଙ୍କଠାରୁ ଅଲଗା ନ ହୁଅନ୍ତି, ତେବେ ପରିସ୍ଥିତିରେ କୌଣସି ଉନ୍ନତି ହେବ ନାହିଁ । ମେୟରଙ୍କ ଏହି ପଦକ୍ଷେପ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ଲୋକମାନଙ୍କର ମୁଖ୍ୟ ପ୍ରୟାସ ହେଉଛି ସଂକ୍ରମଣରେ ପ୍ରବେଶ ନକରିବା ।

{"id":249686,"sizeSlug":"large"}

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ସ୍ପେନ୍ ବର୍ତ୍ତମାନ ଇଟାଲୀଠାରୁ ଆଗରେ ଅଛି । ଏଥି ସହିତ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.