କରୋନା ଭାଇରସ ଫେରିବା ଆଶଙ୍କା ବଢାଇଛି ଚୀନର ଚିନ୍ତା: ଲକ୍ଷଣ ନଥାଇ ବି ଅଜାଣତରେ ଅଛନ୍ତି ଅନେକ ଆକ୍ରାନ୍ତ
1/04/2020 at 2:44 PM

ବୁହାନ, ୦୧|୦୪: ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ୪୨ ହଜାରରୁ ଅଧିକ ଜୀବନ ନେଲାଣି । ଏହା ମଧ୍ୟରେ ଚୀନ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ଭାଇରସକୁ ନେଇ ନିଜ ଜନତାଙ୍କୁ ପୁଣି ଥରେ ଭ୍ରମରେ ପକାଇବାକୁ ଚାହୁଁଛନ୍ତି । ଏପରିକି ସେଠାକାର ଅଧିବାସୀମାନେ ଏହି ଭାଇରସ ସଂକ୍ରମଣ ପାଇଁ ଦାୟୀ ନୁହେଁ ବୋଲି ବିଶ୍ୱାସ ଜନ୍ମାଇବା ପାଇଁ ଚୀନ ଅଧିକାରୀମାନେ ଲାଗି ପଡିଛନ୍ତି ।
ଦେଶର ବୁହାନ ସହରରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା । ଏହି ଭାଇରସ ସାରା ବିଶ୍ୱରେ ବ୍ୟାପିଥିଲା । ୟୁରୋପ, ଇଟାଲୀ, ସ୍ପେନ, ଆମେରିକାରେ ଚୀନଠୁ ମୃତ୍ୟୁସଂଖ୍ୟା ଅଧିକ ରହିଥିଲା । ତେବେ ଚୀନ କରୋନା ପ୍ରକୋପକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲା ।ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାରରୁ ଅଧିକ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩୩୦୫ ରହିଥିଲା ।

ତେବେ ସେଠାରେ ଲକଡାଉନ ଶେଷ ହେବା ପରେ ଲୋକମାନେ ପୁଣି ଚଳପ୍ରଚଳ କରିବେ । ସବୁଠାରୁ ବଡ କଥା ହେଉଛି ଯେ ସେମାନଙ୍କ ମଧ୍ୟରୁ ଅନେକ କରୋନରେ ସଂକ୍ରମିତ ଥିବା ଜାଣନ୍ତି ନାହିଁ । କାରଣ ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିବା ବେଳେ ପରୀକ୍ଷା ମଧ୍ୟ କରାଯାଇ ନାହିଁ । ଏପରି ଅନେକ ମାମଲା ରହିଛି ଯେଉଁଠି କରୋନା ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । କିନ୍ତୁ ସେମାନେ ପ୍ରାଣ ହରାଇଛନ୍ତି ।
ଲୋକଙ୍କ ଆଶଙ୍କାକୁ ଦୂର କରି ଲକ୍ଷଣ ଦେଖାଯାଉଥିବା କେତେ ପରିମାଣରେ ମାମଲା ସାମ୍ନାକୁ ଆସିଛି ତାହା ଉପରେ ରିପୋର୍ଟ ଦେବାକୁ ସେଠାକାର ସରକାର ଅଧିକାରୀଙ୍କୁ କହିଛନ୍ତି । ଏହାକୁ ନଜରରେ ରଖି ବିଭିନ୍ନ ଖେଳ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ସ୍ଥଗିତ ଡ୍ରାଗନ ସ୍ଥଗିତ ରଖିଛି ।ବିଶ୍ୱ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଯାହା ମାର୍ଚ୍ଚରେ ନାନଜିଂରେ ଆୟୋଜିତ ହୋଇଥାନ୍ତା ତାହାକୁ ଆସନ୍ତା ବର୍ଷ ଯାଏଁ ସ୍ଥଗିତ ରଖାଯାଇଛି । ଦେଶର ବାସ୍କେଟ ବଲ ଓ ଫୁଟୁବଲ ପ୍ରତିଯୋଗିତାକୁ ମଧ୍ୟ ସ୍ଥଗିତ ରଖାଯାଇଛି ।
ଏହା ମଧ୍ୟରେ ମଙ୍ଗଳବାର ଚୀନରେ ଆହୁରି ୩୬ଟି ନୂତନ ମାମଲା ସାମ୍ନାକୁ ଆସିଛି । ବୁଧବାର ଦିନ ଏହି ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା । ତେବେ ସମସ୍ତ ସଂକ୍ରମିତ ଦେଶ ବାହାରୁ ଆସିଥିଲେ । ଫଳରେ ସେଠାରେ ଦେଶ ବାହାରୁ ଆସିଥିବା କରୋନା ସଂକ୍ରମିତଙ୍କ ମାମଲା ୮୦୬ରେ ପହଁଚିଛି ।