କରୋନା ଭାଇରସ ଶରୀରର ଅଙ୍ଗକୁ ସମ୍ପୂର୍ଣ ନଷ୍ଟ କରିଦେଉଛି: ଗବେଷଣାରୁ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫/୦୮ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲା ମଧ୍ୟରେ ଅନେକ ଭୟାବହ ମାମଲା ସାମ୍ନାକୁ ଆସିଛି | କରୋନା ଭାଇରସ ଉପରେ ହୋଇଥିବା ନୂଆ ଗବେଷଣାରୁ ଜଣାପଡିଛି ଯେ କରୋନା ଭାଇରସ ମାନବ ଶରୀରରେ ପ୍ରବେଶ କରିବା ପରେ ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରୁଛି | ସଂକ୍ରମଣ ଗମ୍ଭୀର ହେଲେ ଫୁସଫୁସ, କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗ କ୍ଷତିଗ୍ରସ୍ତ ହୋଇଥାଏ | କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ବ୍ୟକ୍ତି ଅନ୍ୟ ରୋଗରେ ବାରମ୍ବାର ପୀଡିତ ହୋଇଥାଏ |  

ଦି ଲେସେଣ୍ଟ ମାଇକ୍ରେବରେ ପ୍ରକାଶିତ ରିସର୍ଚ୍ଚ ଷ୍ଟଡିରେ କୁହାଯାଇଛି ଯେ କରୋନା ଭାଇରସ ଯୋଗୁଁ ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ଫୁସଫୁସ କିମ୍ବା କିଡନୀ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା | ଇଂଲଣ୍ଡରେ କରୋନା ରୋଗୀଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ନେଇ ଇମ୍ପେରିଆଲ୍ କଲେଜ୍ ଲଣ୍ଡନ୍ ଏବଂ ଇମ୍ପେରିଆଲ୍ କଲେଜ୍ ହେଲଥ କେୟାର NHS ଟ୍ରଷ୍ଟ ଗବେଷଣା କରିଛନ୍ତି | କରୋନା ଜନିତ ମୃତ୍ୟୁ ମଧ୍ୟରୁ ୧୦ ରୁ ୯ ରୋଗୀଙ୍କ ହୃଦୟ, କିଡନୀ, ଫୁସଫୁସରେ ଥ୍ରୋମ୍ବୋସିସ୍ ଅର୍ଥାତ ରକ୍ତ ଜମାଟ ବାନ୍ଧିଥିବା ଗବେଷଣାରେ ଜଣାପଡିଛି | ଏହି ଗବେଷଣାରେ କାମ କରୁଥିବା ଡ. ମାଇକେଲ୍ ଓସବୋର୍ନ୍ କହିଛନ୍ତି ଯେ କରୋନା ରୋଗୀଙ୍କ ପାଇଁ ଏହା ଆଶ୍ଚର୍ଯ୍ୟଜନକ ତଥ୍ୟ | ଭାଇରସ ଫୁସଫୁସକୁ ସମ୍ପୂର୍ଣ ନଷ୍ଟ କରିଦେଉଛି | ଯାହାଫଳରେ ରୋଗୀଙ୍କ ମୃତ୍ୟୁ ହେଉଛି |

ସେହିଭଳି ଇମ୍ପେରିଆଲ୍ କଲେଜ NHS ଟ୍ରଷ୍ଟର ଡାକ୍ତରଖାନାରେ ୨୨ ରୁ ୯୭ ବର୍ଷ ବୟସ୍କ କରୋନା ରୋଗୀଙ୍କ ମୃତ୍ୟୁ ପରେ ସେମାନଙ୍କ ଶବ ବ୍ୟବଛେଦ ରିପୋର୍ଟ ଯାଞ୍ଚ କରିଥିଲେ | ରୋଗୀଙ୍କ କିଡନୀ ଭାଇରସ ବହୁ ମାତ୍ରା ପ୍ରଭାବ ପକାଇଥିବା ଜଣାପଡିଥିଲା ଏବଂ ଶେଷରେ ସୁଯନ ହୋଇଯାଇଥିଲା | 

ଗବେଷଣାରୁ ଜଣାପଡିଛି ଯେ କରୋନା ଜନିତ ମୃତ୍ୟୁ ପଛରେ ସବୁଠାରୁ ବଡ କାରଣ ହେଲା ଉଚ୍ଚ ରକ୍ତଚାପ ଓ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ | ଏହି ରୋଗୀଙ୍କୁ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ସେମାନଙ୍କୁ ଜ୍ୱର ହେଉଥିଲା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.