ଭାରତକୁ ଝଟକା: ଅଲିମ୍ପିକ୍ ଯିବାକୁ ଥିବା ଭାରତୀୟ ବକ୍ସର ହେଲେ ସଂକ୍ରମିତ, ବନ୍ଦ ହେଲା ଶିବିର

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୪: ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଛି ଝଟକା । ଏହା ପୂର୍ବରୁ ଦିଲ୍ଲୀ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ପୁରୁଷ ଓ ମହିଳା ବକ୍ସର ପଜିଟିଭ ଚିହ୍ନଟ ହୋଇଛନ୍ତି । ମହିଳା ବକ୍ସର ସିମରନଜିତଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବାରୁ ସେ ପରୀକ୍ଷା କରିଥିଲେ ।

ତେବେ ତାଙ୍କର ରିପୋର୍ଟ ପଜିଟିଭ ହେବା ଫଳରେ ଆଇଜି ଷାଡିୟମରେ ଶିବିରକୁ ବନ୍ଦ କରିଦିଆଯାଇଛି । ଯେଉଁ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ ଘରକୁ ପଠାଇଦିଆଯାଇଛି । ଏପଟେ ୨୨ ବକ୍ସରଙ୍କ ସମେତ ସପୋର୍ଟ ଷ୍ଟାଫ୍ ସବୁ ଷ୍ଟାଡିୟମରେ ଏକାନ୍ତବାସରେ ରହୁଛନ୍ତି । ସେପଟେ ସୁଟିଂରେ ମଧ୍ୟ ଖେଳାଳି ସଂକ୍ରମିତ ହେବା ପରେ ଟିକାକରଣ ନେଇ ଦାବି ଉଠିଛି ।  ସମସ୍ତ ଖେଳାଳିଙ୍କୁ ଟିକା ଦିଆଯାଉ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.