କରୋନା ଲଢେଇରେ ଭଲ ଖବର: ଦେଶରେ ୨୪ ଘଣ୍ଟାରେ ଭାଇରସକୁ ହରାଇଲେ ୩୮୦୪, ସୁସ୍ଥ ହାର ୪୭.୯୯ %
4/06/2020 at 7:03 PM

ନୂଆଦିଲ୍ଲୀ, ୦୪|୦୬: ଗତ ୨୪ ଘଣ୍ଟାରେ ଦେଶରେ ୩୮୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ କରୋଲା ଲଢେଇରେ ବିଜୟୀ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧,୦୪,୧୦୭ରେ ପହଁଚିଛି । ଭାରତରେ ସୁସ୍ଥହାର ମଧ୍ୟ ବୃଦ୍ଧି ପାଇଛି । ଗୁରୁବାର ଦେଶରେ ସୁସ୍ଥ ହାର ୪୭.୯୯ ପ୍ରତିଶତ ରହିଛି । ଏବେ ଦେଶରେ ୧,୦୬,୬୩୭ଟି ସକ୍ରିୟ ମାମଲା ରହିଛି ।ଯେଉଁମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଆଇସିଏମଆର ସଂକ୍ରମିତ ବ୍ୟକ୍ତିଙ୍କଠାରେ କରୋନା ଭାଇରସକୁ ଚିହ୍ନଟ ତକିବା ପାଇଁ ହେଉଥିବା ପରୀକ୍ଷଣକୁ ପୁଣି ବଢାଇ ଦେଇଛି । ଏବେ ଦେଶରେ ସରକାରୀ ଲ୍ୟାବ୍ ସଂଖ୍ୟା ୪୯୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କରୋନା ଟେଷ୍ଟ୍ କରୁଥିବା ଘରୋଇ ଲ୍ୟାବ୍ ସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି ।
UPDATES ON #COVID19
— PIB India (@PIB_India) June 4, 2020
👉3,804 patients cured (In last 24 hrs)
👉Total 1,04,107 patients cured
👉Recovery rate is 47.99%
👉1,06,737 active cases
Read here: https://t.co/ehQIXXvQPF
ଗତ ୨୪ ଘଣ୍ଟାରେ ୧,୩୯, ୪୮୫ଟି ପରୀକ୍ଷା କରାଯାଇଛି । ଫଳରେ ମୋଟ ପରୀକ୍ଷା କରାଯାଇଥିବା ନମୂନା ସଂଖ୍ୟା ୪୨,୪୨,୭୧୮ ହୋଇଛି । ତବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨.୧୬ ଲକ୍ଷ ଟପିଛି । ଭାଇରସର ସବୁଠାରୁ ଅଧିକ ଆତଙ୍କ ମହାରାଷ୍ଟ୍ର ଓ ଅହମଦାବାଦରେ ରହିଛି । ଦିଲ୍ଲୀରେ ମଧ୍ୟ ଗୋଟିଏ ଦିନରେ ୧୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିପରି ଦେଶରେ କରୋନା ସଂକ୍ରମିତ ହୋଇ ୬ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।