Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦେଶରେ ୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୨୯୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

13/05/2020 at 8:02 AM

ନୂଆଦିଲ୍ଲୀ ୧୩।୫: ସାରା ବିଶ୍ବରେ ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ ମଧ୍ୟ ଥମିବାର ନାଁ ନେଉନି ଭାଇରସ୍ ସଂକ୍ରମଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଟପିଛି । ଦେଶରେ ୭୦,୭୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୬,୦୦୮ ଥିବାବେଳେ, ମୃତ୍ୟୁସଂଖ୍ୟା ୨,୨୯୩ ରହିଛି । ଦେଶରେ ଏପର୍ଯ୍ୟନ୍ତ ୨୨, ୪୫୫ ଜଣ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୮୭ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୩,୪୦୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୮୬୮ ଜଣଙ୍କ ଜୀବନ ଗଲାଣି । ସେହିପରି ଗୁଜରାଟରେ ଦ୍ବିତୀୟ ସର୍ବାଧିକ ୮,୫୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫୧୩ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଦେଶର କରୋନା ରୋଗୀଙ୍କ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇ ଚାଲିଛି । ଏବେ ଏହା ୩୧.୭ ପ୍ରତିଶତରେ ପହଞ୍ଚିଛି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଶରେ ଆରୋଗ୍ୟ ହାର କ୍ରମାଗତ ବଢି ଚାଲିଥିବା ବେଳେ, ମୃତ୍ୟୁହାର ବିସ୍ବରେ ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ବରେ କରୋନା ଜନିତ ମୃତ୍ୟୁହାର ୭ ରୁ ୭.୫ ପ୍ରତିଶତ ଥିବା ବେଳେ, ଭାରତର ମୃତ୍ୟୁହାର ମାତ୍ର ୩.୨ ପ୍ରତିଶତ ।

   Related Posts