ଥମୁନି କରୋନା ପ୍ରକୋପ : ୨୪ଘଣ୍ଟାରେ ୯୭ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୧ହଜାରରୁ ଅଧିକ ମୃତ୍ୟୁ
12/09/2020 at 9:49 AM

ନୂଆଦିଲ୍ଲୀ ୧୨।୦୯: ଦେଶର କରୋନା ସ୍ଥିତି ଚିନ୍ତାଜନକ ରହିଛି । ସଂକ୍ରମଣ ସଂଖ୍ୟା ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଦିନକୁ ଦିନ କରୋନା ମାମଲା ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ମଧ୍ୟ ବଢ଼ୁବାଲେ ଲାଗିଛି । ଆଜି ପୁଣିଥିରେ ସଂକ୍ରମଣର ନୂଆ ମାମଲା ରେକର୍ଡ ସଂଖ୍ୟକ ରହିଛି। ଦେଶରେ ତୃତୀୟ ଦିନ ପାଇଁ କରୋନା ସଂକ୍ରମଣ ସଂଖ୍ୟା ୯୫ହଜାର ପାର୍ ହୋଇଛି । ଶନିବାର ଦିନ ଦେଶରେ ୯୭, ୫୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇରେ ଦେଶରେ ଏବେ କୋଭିଡ଼-୧୯ର ସଂକ୍ରମିତଙ୍କ ସଂଖ୍ୟା ବଢି ୪୬ ଲକ୍ଷ ୫୯ହଜାରରୁ ଅଧିକ ରହିଛି । କିନ୍ତୁ ଆଶ୍ୱସ୍ତିର ଖବର ହେଉଛି କି କରୋନା ମହାମାରୀରୁ ଠିକ୍ ହେଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସଂଖ୍ୟା ଅନୁସାରେ ୩୬ ଲକ୍ଷ ୨୪ହଜାରରୁ ଅଧିକ ଲୋକ ଠିକ୍ ହୋଇସାରିଛନ୍ତି ।
କେନ୍ଦ୍ରୀସ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ, ଶନିବାର ଦିନ ରେକର୍ଡ କରାଯାଇଥିବା ନୂଆ ମାମଲା ଅନୁସାରେ ୯୭, ୫୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୭୭,୪୭୨ସଂଖ୍ୟାରେ ପହଞ୍ଚିଛି । ସେହିପରି ଦେଶରେ ସଂକ୍ରମଣ ସଂଖ୍ୟା ବଢି ୪୬,୫୯,୯୮୫ ସଂଖ୍ୟା ହୋଇଥିବା ବେଳେ ୯,୫୮,୩୧୬ଲୋକଙ୍କ ଚିକିତ୍ସା ଜାରି ରହିଛି । ସେପଟେ ୩୬,୨୪,୧୯୭ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ , ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ହାର ୭୭.୭୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାରରେ ହ୍ରାସ ପାଉଛି । ଏବେ ଦେଶରେ ମୃତ୍ୟୁ ହାର ୧.୬୬ ପ୍ରତିଶତ ରହିଛି ।ସେହିପରି ୨୦.୫୬ ପ୍ରତିଶତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଦେଶରେ କରୋନା ମୃତ୍ୟୁ ହାର ବିଶ୍ୱର ହାର ଠାରୁ ବି କମ୍ ରହିଛି ।