Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ତାପମାତ୍ରା ବଢିଲେ ନଷ୍ଟ ହେବନାହିଁ କରୋନା ଭାଇରସ୍, ୬୦ ଡିଗ୍ରୀରେ ମଧ୍ୟ ବିସ୍ତାର ହୋଇପାରେ ସଂକ୍ରମଣ

15/04/2020 at 2:15 PM

ନୂଆଦିଲ୍ଲୀ ୧୫।୪: ସାରା ବିଶ୍ବରେ ଏବେ କରୋନା ଭାଇରସ୍ ସଙ୍କଟ ହୋଇଥିବା ବେଳେ ଏହାକୁ ନେଇ ଏବେ ନୂଆ କଥା ସାମ୍ନାକୁ ଆସିଛି । ତାହା ହେଉଛି ଉଚ୍ଚ ତାପମାତ୍ରାରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିପାରେ ଏହି ଭାଇରସ୍ । ଫ୍ରାନ୍ସର ବୈଜ୍ଞାନିକ ଦଳ ଦ୍ବାରା କରାଯାଇଥିବା ଅନୁସନ୍ଧାନରେ ଏହା ଜଣାପଡିଛି । ବହୁ ପୂର୍ବରୁ ଦାବି କରାଯାଉଥିଲା ଯେ ଉଚ୍ଚ ତାପମାତ୍ରାରେ କରୋନା ଭାଇରସ୍ ନିଷ୍କ୍ରିୟ ହୋଇଯିବ ।

ଏକ ରିପୋର୍ଟ ଅନୁସାରେ ଦକ୍ଷିଣ ଫ୍ରାନ୍ସର ଏଇକ୍ସ ମାର୍ସିୟେଲେ ବିଶ୍ବବିଦ୍ୟାଳୟର ପ୍ରଫେସର ରେମି ଶେରେଲ ତାଙ୍କ ସହକର୍ମୀଙ୍କ ସହ ମିଳିତ ଭାବେ ଏଭଳି ଖୁଲାସା କରିଛନ୍ତି । ଏହି ପରୀକ୍ଷଣରେ ରେମି କରୋନା ଭାଇରସ୍ କୁ ୬୦ ଡିଗ୍ରୀ ତାପମାତ୍ରାରେ ପରୀକ୍ଷା କରିଛନ୍ତି । ୬୦ ଡିଗ୍ରୀ ତାପମାତ୍ରାରେ ପ୍ରାୟ ଏକ ଘଣ୍ଟା ପରୀକ୍ଷା କରିବା ପରେ ରେମି ଏବଂ ତାଙ୍କ ଟିମ୍ ଜାଣିବାକୁ ପାଇଲେ ଯେ ଭାଇରସ୍ ର କିଛି ଅଂଶ ସଂକ୍ରମଣ ବିସ୍ତାର କରିବାରେ ସକ୍ଷମ ରହିଥିଲା । ଅର୍ଥାତ୍, ଏପରି ତାପମାତ୍ରାରେ ରହିବା ପରେ ମଧ୍ୟ ଭାଇରସ୍ ନିଷ୍କ୍ରିୟ ହେବା ଅସମ୍ଭବ ।

ଭାରତରେ ଯେଉଁମାନେ ଏହା ବିଶ୍ବାସ କରୁଛନ୍ତି ଯେ, ଗରମ ଦେଶ ହୋଇଥିବାରୁ ଏଠାରେ କରୋନାର ପ୍ରଭାବ କମ୍ ରହିବ ସେମାନଙ୍କୁ ଏହି ଅନୁସନ୍ଧାନ ବଡ ଝଟକା ଦେଇଛି । ଭାରତର ଅଳ୍ପ କିଛି ଅଂଶରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥାଏ ।

ଏହି ବୈଜ୍ଞାନିକ ଟିମ୍ ଅନୁସନ୍ଧାନ ପାଇଁ ପ୍ରଥମେ ଆଫ୍ରିକାରେ ଦେଖାଯାଉଥିବା ଏକ ବିଶେଷ ପ୍ରଜାତିର ମାଙ୍କଡର କିଡନୀ କୋଷକୁ ସଂକ୍ରମିତ କରିଥିଲେ । କୋଷକୁ ସଂକ୍ରମିତ କରିବା ପାଇଁ ବର୍ଲିନ୍‌ର ଆଇସୋଲେସନରେ ଥିବା ଜଣେ କରୋନା ରୋଗୀଙ୍କ ଶରୀରରୁ ଏହି ଭାଇରସ୍ ନିଆଯାଇଥିଲା । ଏହାପରେ ଭାଇରସ୍ କୁ ଦୁଇଟି ପୃଥକ ପୃଥକ ଟ୍ୟୁବରେ ଭର୍ତ୍ତି କରାଯାଇଥିଲା ଯାହାକି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ପରିବେଶରେ (ମଇଳା ଏବଂ ପରିଷ୍କାର) ବଢୁଥିଲା ।

ଶେଷରେ ପରୀକ୍ଷା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ବୈଜ୍ଞାନିକ ଆଶ୍ଚର୍ଯ୍ୟ ହୋଇଗଲେ ।  ପ୍ରକୃତକେ ଏକ ପରିଷ୍କାର ପରିବେଶରୁ ନିଆଯାଇଥିବା କରୋନା ଭାଇରସ୍ ଉଚ୍ଚ ତାପମାତ୍ରାରେ ନିଷ୍କ୍ରିୟ ହୋଇଗଲା । କିନ୍ତୁ ଏକ ମଇଳା ପରିବେଶରେ ବଢୁଥିବା ଭାଇରସ୍ ସଂକ୍ରମଣ ବିସ୍ତାର ପାଇଁ ସକ୍ରିୟ ଥିଲା । ଉଚ୍ଚ ତାପମାତ୍ରା ପରେ ମଧ୍ୟ ଭାଇରସ୍ ନିଶ୍ଚିତ ଭାବରେ ଦୁର୍ବଳ ଥିଲା । ତଥାପି ସଂକ୍ରମଣ ବିସ୍ତାର କରିବାର ଯଥେଷ୍ଟ କ୍ଷମତା ଥିଲା ।

ଫ୍ରାନ୍ସ ବୈଜ୍ଞାନିକମାନେ ମଧ୍ୟ ବିଶ୍ବାସ କରନ୍ତି ଯେ ଅତ୍ୟଧିକ ତାପମାତ୍ରା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ । ଉଦାହରଣ ସ୍ବରୂପ ଭାଇରସ୍ ନମୁନାଗୁଡିକ ୧୫ ମିନିଟ୍ ପାଇଁ ୯୨ ଡିଗ୍ରୀ ତାପମାତ୍ରାରେ ଗରମ କରି ସଂପୂର୍ଣ୍ଣ ନିଷ୍କ୍ରିୟ କରାଯାଇପାରିବ ।

   Related Posts