କରୋନା ଚିନ୍ତା ବଢାଇଦେଲେ ଚୀନ ବୈଜ୍ଞାନିକ, କହିଲେ କୋଭିଡ-୧୯ ଭାଇରସର ବିଲୁପ୍ତି ନାହିଁ, ସବୁ ଋତୁରେ ଏହା ସକ୍ରିୟ ହୋଇପାରେ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ, ୨୮|୦୪:  କରୋନା ଭାଇରସ କେବେ ହେଲେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ ନାହିଁ ବୋଲି ଚୀନ ବୈଜ୍ଞାନିକମାନେ କହିଛନ୍ତି । ଯାହାକୁ ନେଇ ଶୀତ ଦିନେ ଫ୍ଲୁର ସଂକ୍ରମଣ ବୃଦ୍ଧିପାଇପାରେ ବୋଲି ଅନୁମାନ କରାଯାଉଛି ।ଚୀନର ଭାଇରାଲ ଓ ମେଡିକାଲର କିଛି ଗବେଷକ ଏନେଇ ରିପୋର୍ଟ ଦେଇଛନ୍ତି । ଏହା ସାର୍ସ ଭଳି ନୁହେଁ ଯାହା ଶେଷ ହୋଇଯିବ ବୋଲି ସେମାନେ ଦାବି କରିଛନ୍ତି ।

ବୈଜ୍ଞାନିକଙ୍କ କହିବାନୁସାରେ, ଏବେ ଅଧିକାଂଶଙ୍କଠାରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ଫଳରେ ସଂକ୍ରମଣ ରୋକିବାରେ ବାଧା ସୃଷ୍ଟି ହେଉଛି । ସାର୍ସ ଏପରି ନଥିଲା । ସାର୍ସ ସଂକ୍ରମିତ ଗମ୍ଭୀର ଭାବେ ଅସୁସ୍ଥ ହୋଇ ପଡୁଥିଲେ । ସେମାନେ ଥରଟିଏ କ୍ୱାରେଣ୍ଟାଇନରେ ରହିବା ପରେ ସାର୍ସ ବ୍ୟାପିବା ବନ୍ଦ ହୋଇଯାଉଥିଲା । କରୋନା ଭାଇରସ ଉପରେ ନିୟନ୍ତ୍ରଣ କରାଯିବା ସତ୍ତ୍ୱେ ବିନା ଲକ୍ଷଣ ଥିବା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

{"id":261635,"width":686,"height":386,"sizeSlug":"large"}

ଚାଇନିଜ୍ ଆକାଡେମୀ ଅଫ୍ ମେଡିକାଲ୍ ସାଇନ୍ସର ପାଥୋଜେନ୍ ବାୟୋଲୋଜିର ଡାଇରେକ୍ଟର ଜିନ୍ କ୍ୟୁଇ କହିଛନ୍ତି ଯେ,ଏହା ଏପରି ଏକ ମହାମାରୀ ହୋଇପାରେ ଯାହା ମଣିଷଙ୍କ ସହ ଦୀର୍ଘ ଦିନ ରହିବ । ଏହା ପାଣିପାଗ ଅନୁସାରେ ବଦଳିବ ଓ ଶରୀର ମଧ୍ୟରେ ରହିବ । ତେବେ ଏହି ସମସ୍ତ ଯୁକ୍ତି ପରେ ବିଭିନ୍ନ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ସତ୍ୱେ ଭାଇରସକୁ ନିୟନ୍ତ୍ରଣ କରିବା କଷ୍ଟକର ।  

ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଆଲର୍ଜୀ ଆଣ୍ଡ୍ ଇନଫେକ୍ସନ ଡିଜିଜର ନିର୍ଦ୍ଦେଶକ ଆନ୍ଥୋନୀ ଫାଓଚି କହିଥିଲେ ଯେ, କୋଭିଡ-୧୯ ଏକ ଋତିକାଳୀନ ରୋଗ ହୋଇପାରେ । ଦକ୍ଷିଣ ଗୋଲାର୍ଧ ଦେଶରେ କରୋନା ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି । କାରଣ ସେଠାରେ ଶୀତ ଦିନ ଚାଲିଛି ।

ପେକିଙ୍ଗ୍ ୟୁନିଭର୍ସିଟି ଫାଷ୍ଟ୍ ହସ୍ପିଟାଲର ସଂକ୍ରମଣ ରୋଗ ବିଶେଷଜ୍ଞ ଓ୍ୱାଙ୍ଗ୍ ଗୁଝକିୟାଙ୍ଗ୍ କହିଛନ୍ତି ଯେ, ଏହି ଭାଇରସ ଖରାଦିନେ ଦୁର୍ବଳ ହୋଇଯିବ । କିନ୍ତୁ ଏଥିପାଇଁ ଭାଇରସକୁ ୩୦ ମିନିଟ ଯାଏଁ ୫୬ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଖାଯିବା ଦରକାର । କିନ୍ତୁ ଖରାଦିନେ ଏତେ ଗରମ ହେବାର ସମ୍ଭାବନା କମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.