ଏକ ହଜାର ବର୍ଷରେ ଥରଟିଏ ବାଦୁଡିଙ୍କଠାରୁ ମଣିଷକୁ ଆସିଥାଏ କରୋନା ଭାଇରସ-ଆଇସିଏମଆର ମୁଖ୍ୟ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ, ୧୬|୦୪: ବାଦୁଡିଙ୍କଠାରୁ ମଣିଷକୁ କରୋନା ଭାଇରସ ବ୍ୟାପିବା ଘଟଣା ବିରଳ ବୋଲି କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ । ଚୀନର ଏକ ରିପୋର୍ଟକୁ ଉଦାହରଣ ଦେଇ ଆଇସିଏମଆର ଏହା କହିଛି ।

ଆଇସିଏମଆରର ଅଧ୍ୟକ୍ଷ ଆର୍ ଗଙ୍ଗାଖେଦକର କହିଛନ୍ତି ଯେ, ସାର୍ସ ସିଓଭି-୨ ଭାଇରସ ପାଇଁ ମଣିଷଙ୍କଠାରେ କରୋନା ଭାଇରସ ଦେଖିବାକୁ ମିଳୁଛି ।ଏହା ଭାଇରସର ଏକ ପରିବର୍ତ୍ତନ ରୂପ । ବାଦୁଡିଙ୍କୁ ନେଇ ଯାଂଚ ଆରମ୍ଭ ହୋଇଛି । ବାଦୁଡିଙ୍କଠାରେ ମଧ୍ୟ ଏହି କରୋନା ଭାଇରସ ଠାବ କରାଯାଇଛି । ଏହି ଭାଇରସ ପ୍ରାୟ ଏକ ହଜାର ବର୍ଷରେ ଥରଟିଏ ରୂପରେ ପରିବର୍ତ୍ତନ କରିଥାଏ । ଫଳରେ ଏହା ବାଦୁଡିଙ୍କ ଶରୀରରୁ ମଣିଷଙ୍କୁ ଆସିଥାଏ । ଯାହା ବିରଳ ଅଟେ ।

wp:core-embed/twitter {"url":"https://twitter.com/ANI/status/1250379190697889792?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1250379190697889792\u0026ref_url=https%3A%2F%2Fwww.lokmatnews.in%2Findia%2Ficmr-on-coronavirus-transmission-from-bats-to-humans-maybe-once-in-1000-years","type":"rich","providerNameSlug":"twitter","className":""}
https://twitter.com/ANI/status/1250379190697889792?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1250379190697889792&ref_url=https%3A%2F%2Fwww.lokmatnews.in%2Findia%2Ficmr-on-coronavirus-transmission-from-bats-to-humans-maybe-once-in-1000-years
/wp:core-embed/twitter

ସେ ଆହୁରି କହିଛନ୍ତି ଯେ, ବାଦୁଡିଙ୍କଠାରେ ଭାଇରସର କିଛି ମ୍ୟୁଟେସନରେ ବିକାଶ ହୋଇଥାଏ । ଭଳରେ ଭାଇରସର ବାଦୁଡିଙ୍କଠାରୁ ମଣିଷଙ୍କ ବ୍ୟାପିବା କ୍ଷମତା ବୃଦ୍ଧି ପାଇଥାଏ । ମନୁଷ୍ୟଙ୍କ ଶରୀରୁ ଆସିବା ପରେ ଭାଇରସ ରୋଗ କରିବା କ୍ଷମତା ପାଇଯାଏ । ଏହା ପ୍ରଥମେ ବାଦୁଡିଙ୍କଠାରୁ ବଜ୍ରକାପ୍ତାଙ୍କ ପାଖକୁ ଆସିଥାଏ । ପରେ ଏହା ମଣିଷଙ୍କୁ ବ୍ୟାପିଥାଏ । ୨ ପ୍ରକାରର ବାଦୁଡି ରହିଥାନ୍ତି । କରୋନା ଭାଇରସ ସେମାନଙ୍କଠାରେ ଥିଲେ ମଧ୍ୟ ମଣିଷ ଶରୀରକୁ ଆସିନଥାଏ । ଏକ ହଜାର ବର୍ଷରେ ଏପରି ଥରଟିଏ ହୋଇଥାଏ ।ଯେତେବେଳେ କୌଣସି ଭାଇରସ ଦ୍ୱାରା ରୂପ ପରିବର୍ତ୍ତନ ହୋଇ ମଣିଷକୁ ବ୍ୟାପେ । ଏହା ଅତି ବିରଳ ଘଟଣା ଅଟେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.