ଶରୀରର ବିଭିନ୍ନ ଅଙ୍ଗରେ କ୍ଷତି କରିଥାଏ କରୋନା ଭାଇରସ

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ ୧୪/୦୫ : ଏବେ ଯାଏଁ କରୋନାର ଅନେକ ଲକ୍ଷଣ ସାମ୍ନାକୁ ଆସିଛି | ଦିନକୁ ଦିନ କରୋନାର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି | ସେଠି ମଧ୍ୟରୁ ନିଶ୍ୱାସ ନେବାରେ ଅସୁବିଧା ହେବା ମୁଖ୍ୟ ଲକ୍ଷଣ | କରୋନା ସଂକ୍ରମିତଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ ଯେଉଁଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥାଏ | କରୋନା କେବଳ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରିନଥାଏ ବରଂ ଏହାର ପ୍ରଭାବ କିଡନୀ, ତ୍ୱଚା, ଶିର, ମସ୍ତିସ୍କ ହୃଦୟ ଏବଂ ସ୍ନାୟୁ ତନ୍ତ ଉପରେ ମଧ୍ୟ ପଡିଥାଏ |

ହୃଦୟ ଉପରେ ପ୍ରଭାବ - ଆମେରିକା, ଇଟାଲୀ ଓ ଚୀନରେ କରାଯାଇଥିବା ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ସାର୍ଶ ସିଓବି-୨ ଭାଇରସ ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ | ସମସ୍ତ କରୋନା ପୀଡିତ ରୋଗୀଙ୍କ ମୃତ୍ୟୁ ହୃଦୟ ସହିତ ଜଡିତ ନୁହେଁ | ଅନେକ ରୋଗୀଙ୍କ ଶରୀରରେ ହୃଦୟ କୋଷ ନଷ୍ଟ ହେବା ଫଳରେ ରୋଗୀଙ୍କ ମୃତ୍ୟୁ ଘଟିଥିବା ପ୍ରମାଣ ମିଳିଛି | ଯାଞ୍ଚରୁ ଜଣାପଡିଛି କିଛି ରୋଗୀଙ୍କର ପୂର୍ବରୁ କୌଣସି ହୃଦୟ ସମ୍ବନ୍ଧିତ ରୋଗ ନଥିଲା | ସାର୍ଶ ସିଓବି-୨ ପ୍ରଭାବରେ ଅନେକଙ୍କ ଶରୀରରେ ମାୟୋକାର୍ଡିଟିସ ଅର୍ଥାତ ହୃଦୟର ମାଂସପେଶୀରେ ସୁଜନ ହୋଇଯାଇଥିଲା | କିନ୍ତୁ ସାର୍ଶ ସିଓବି-୨ ସଂକ୍ରମଣରେ ପୂର୍ବରୁ ହିଁ ସାର୍ଶ ଓ ମର୍ସ ଭାଇରସର ପ୍ରକୋପରୁ ରୋଗୀଙ୍କ ହୃଦୟକୁ କ୍ଷତି ହୋଇଥିଲା | 

{"id":269937,"sizeSlug":"large"}

ଫୁସଫୁସରେ ପ୍ରଭାବ - କରୋନା ସଂକ୍ରମଣ ସମୟରେ ଫୁସଫୁସ ମଧ୍ୟ ପ୍ରଭାବିତ ହୋଇଥାଏ | କିନ୍ତୁ ରୋଗ ଭଲ ହେବାପରେ ମଧ୍ୟ ଫୁସଫୁସ ଭଲ ହୋଇନଥାଏ | ଚୀନରେ ଅନେକ ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରେ ଜଣାପଡିଥିଲା ଯେ କରୋନାରୁ ଭଲ ହୋଇଥିବା ଅନେକ ରୋଗୀଙ୍କ ଫୁସଫୁସର କିଛି ଅଂଶ କାମ କରିବା ସମ୍ପୂର୍ଣ ବନ୍ଦ କରିଦେଇଥିଲା | ଅନେକ ରୋଗୀଙ୍କ ଫୁସଫୁସର ୨୦ ରୁ ୩୦ ପ୍ରତିଶତ ଅଂଶ କାମ କରିବା ବନ୍ଦ କରିଦେଇଥାଏ | ଏହାର ଆକାର ଛୋଟ ହୋଇଯିବାରୁ ନିଶ୍ୱାସ ଖୁବ ଶୀଘ୍ର ନେବାକୁ ପଡିଥାଏ | ଏହାର ପ୍ରଭାବ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପଡିଥାଏ |

ଶିରା ପ୍ରଶିରା ଉପରେ ପ୍ରଭାବ - ଜ୍ୟୁରିକ ୟୁନିଭର୍ସିଟି ହସ୍ପିଟାଲର ଡାକ୍ତର କରୋନା ଜନିତ ମୃତକଙ୍କ ଶରୀରର ଅଟୋପ୍ସି ବେଳେ ଜାଣିବାକୁ ପାଇଥିଲେ ଯେ ରୋଗୀଙ୍କ ଶିରା ପ୍ରଶିରାରେ ଆନ୍ତରିକ ସୁଜନ ହୋଇଥିଲା | ରକ୍ତ ପ୍ରବାହ କରୁଥିବା ଅନେକ ଶିରା ପ୍ରଶିରା ଶରୀର ଭିତରେ ଗୁଡେଇ ହୋଇଯାଇଥିଲା | ସାର୍ଶ ସିଓବି-୨ ରେ ମଧ୍ୟ ଶିରା ପ୍ରଶିରାରେ ଆନ୍ତରିକ ସୁଜନ ଦେଖାଦେଇଥାଏ | ଏହାର ପ୍ରଭାବରେ ପୁରା ଶରୀରରେ ରକ୍ତ ଅଭାବ ଦେଖାଦେଇଥାଏ | ଫଳରେ ମଣିଷର ମସ୍ତିସ୍କ ଏବଂ ଅନ୍ୟ ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ | ଯାହାଫଳରେ ମୃତ୍ୟୁ ହୋଇଥାଏ |  

{"id":269938,"width":571,"height":320,"sizeSlug":"large"}

ସ୍ନାୟୁ ତନ୍ତ୍ର ଉପରେ ପ୍ରଭାବ - ଗବେଷଣାରୁ ଜଣାପଡିଛି ସାର୍ଶ ସିଓବି-୨ ଭାଇରସ ମନୁଷ୍ୟର ସ୍ନାୟୁ ତନ୍ତ୍ରକୁ ପ୍ରଭାବିତ କରିଥାଏ | କାରଣ ନାକର ହାଡ ସିଧା ମସ୍ତିସ୍କ ସହିତ ଜଡିତ | କରୋନା ଭାଇରସ ଶରୀରକୁ ପ୍ରବେଶ କରିବାର ଏକ ମୁଖ୍ୟ ଦ୍ୱାର ହେଲା ନାକ |  ବେଲ୍ଜିୟମରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ସ୍ନାୟୁ କୋଷ ଭାଇରସର ମୁଖ୍ୟ ସ୍ନାୟୁତନ୍ତ୍ରରେ ପହଞ୍ଚିବାର ମୁଖ୍ୟ ଦ୍ୱାର ଭଳି କାମ କରିଥାଏ |  

ମସ୍ତିସ୍କ ଉପରେ ପ୍ରଭାବ - ପୂର୍ବରୁ ବିସ୍ତାର କରିଥିବା ସାର୍ଶ ଓ ମର୍ସ ଭାଇରସ ସମୟରେ ସ୍ନାୟୁତନ୍ତ୍ର ଜରିଆରେ ମସ୍ତିସ୍କ ଯାଏଁ ପହଞ୍ଚୁଥିବା ଭାଇରସ ମସ୍ତିସ୍କକୁ କ୍ଷତି ପହଞ୍ଚାଇଥାଏ | ଜାପାନରେ ଜଣେ କରୋନା ରୋଗୀଙ୍କୁ ମିର୍ଗୀ ଯୋଗୁଁ ତାଙ୍କ ମସ୍ତିସ୍କରେ ସୁଜନ ହୋଇଯାଇଥିଲା | ଏହା ସାର୍ଶ ସିଓବି-୨ଭାଇରସ ଯୋଗୁଁ ହୋଇଥିଲା | ଚୀନ ଓ ଜାପାନର ଗବେଷକ ଜାଣିବାକୁ ପାଇଛନ୍ତି ଯେ, କୋଭିଡ-୧୯ ର ରୋଗଜନକ ଶ୍ୱାସନ ତନ୍ତ୍ର ସହ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ଏହା ମସ୍ତିସ୍କ କୋଷକୁ ମାରିଦେଇଥାଏ |

{"id":269939,"width":583,"height":388,"sizeSlug":"large"}

କିଡନୀ ଉପରେ ପ୍ରଭାବ - ଯଦି କରୋନା ରୋଗୀଙ୍କୁ ନିମୋନିଆ ହୁଏ ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖିଦିଆଯାଏ ତାହେଲେ ଏହାର ଖରାପ ପ୍ରଭାବ କିଡନୀ ଉପରେ ପଡିଥାଏ | ଅନେକ କ୍ଷେତ୍ରରେ ରୋଗୀଙ୍କ କିଡନୀ କାମ କରିବା ବନ୍ଦ କରିଦେଇଥାଏ | ନିମୋନିଆ ଯୋଗୁଁ ଫୁସଫୁସରେ ଦ୍ରବ୍ୟ ଏକାଠି ହୋଇଯାଇଥାଏ | ଏହି ଜମାଟ ବାନ୍ଧିଥିବା ଦ୍ରବ୍ୟକୁ ହଟାଇବା ପାଇଁ ରୋଗୀଙ୍କୁ ଔଷଧ ଦିଆଯାଇଥାଏ | କାରଣ ରୋଗୀଙ୍କ ଶରୀରରେ ରକ୍ତ ମଧ୍ୟ ଜମାଟ ବାନ୍ଧିଥାଏ | ଯାହାଫଳରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ | କିଡନୀକୁ ମଧ୍ୟ ରକ୍ତ ସଞ୍ଚାଳନ ହୋଇପାରିନଥାଏ | ଫଳରେ ଅନେକ କରୋନା ରୋଗୀଙ୍କ କିଡନୀରେ ସମସ୍ୟା ଦେଖାଦେଇଥାଏ |

ତ୍ୱଚା ଉପରେ ପ୍ରଭାବ - କରୋନାରେ ପୀଡିତ ଲୋକଙ୍କ ତ୍ୱଚା ମଧ୍ୟ ପ୍ରଭାବିତ ହୋଇଥାଏ | ଅନେକ ରୋଗୀଙ୍କ ଗୋଡର ଆଙ୍ଗୁଠିରେ ବାଇଗଣୀ ରଙ୍ଗର ଚିହ୍ନ ରହିଯାଏ | ଚୀନରେ ଅନେକ ରୋଗୀଙ୍କ ତ୍ୱଚାର ରଙ୍ଗ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଥିଲା | ତେବେ ଏହି ବାଇଗଣୀ ରଙ୍ଗର ଚିହ୍ନ ରକ୍ତ ଜମାଟ ବାନ୍ଧିଥିବା ଯୋଗୁଁ ହୋଇଥାଏ ବୋଲି ଡାକ୍ତର କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.