'ଜନଗହଳିରୁ ଦୂରେଇ ରୁହନ୍ତୁ'- ବାୟୁ ଦ୍ୱାରା କରୋନା ବ୍ୟାପିବା ସମ୍ଭାବନା ପରେ WHOର ନୂଆ ଗାଇଡଲାଇନ୍

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ, ୧୦।୦୭: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ କରୋନା ଭାଇରସକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି । ବାୟୁ ଦ୍ୱାରା ଭାଇରସ ବ୍ୟାପିବା ଖବର ଆସିବା ପରେ ଏହି ଗାଇଡଲାଇନ୍ ଜାରି କରାଯାଇଛି ।

ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗାଇଡଲାଇନ୍ ଜାରି କରି କହିଛି ଯେ,   ଜିମ୍ ଓ ରେଷ୍ଟୁରାଣ୍ଚରେ ମଧ୍ୟ ଏହା ବ୍ୟାପିବାର ସମ୍ଭାବନା ରହିଛି  । ତେବେ ବାୟୁରେ ବ୍ୟାପିବା ନେଇ ଏଯାଏଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ କିଛି ସ୍ପଷ୍ଟ ହୋଇନାହିଁ । କରୋନା ଭାଇରସ ସଂକ୍ରମିତ ଲୋକଙ୍କ ନିକଟତର ହେବା ଦ୍ୱାରା ବ୍ୟାପିଥାଏ । ସଂକ୍ରମିତଙ୍କ କାଶିବା,ଛିଙ୍କିବା, କଥା ହେବା ଦ୍ୱାରା ଭାଇରସ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଶ୍ୱାସତନ୍ତ୍ରରେ ପ୍ରବେଶ କରିଥାଏ ।

ଆହୁରି କୁହାଯାଇଛି ଯେ, ଭାଇରସ ସେମାନଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳେ ନାହିଁ । ଲକ୍ଷଣ ଥିଲେ କିମ୍ବା ନଥିଲେ ମଧ୍ୟ ଭାଇରସ ସଂକ୍ରମଣ ହୋଇପାରିବ ।

ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଥିଲା ଯେ, ଛୁଇଁବା ଦ୍ୱାରା କରୋନା ବ୍ୟାପିଥାଏ । ତେବେ ଏପରି ମାମଲା ବହୁ ଦୁର୍ଲଭ । ତେବେ ଗହଳିସ୍ଥାନରୁ ଦୂରରେ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି । ସାମାଜିକ ଦୂରତା ସହ ଭଲ ବାୟୁ ଚଳପ୍ରଚଳ କରୁଥିବା ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.