ନୂଆଦିଲ୍ଲୀ ୨୭/୧୦: ପୁଣି ଚୀନରେ ବ୍ୟାପିଲା କରୋନା ଭାଇରସ। ଚୀନର ଉହାନ ସହରରୁ ବ୍ୟାପିଥିବା ଏ ଭାଇରସ ସହ ସମଗ୍ର ଦେଶ ଏବେ ବି ଲଢ଼ୁଛି। ଏହାରି ଭିତରେ ପୁଣି ଏମିତି ଏକ ଖବର ସମସ୍ତଙ୍କୁ ଅଧିକ ଚିନ୍ତାରେ ପକାଇଛି। ଚୀନର ଏକ ବଡ଼ ସହରରେ ପ୍ରାୟ ୫୦ ଲକ୍ଷ ଲୋକଙ୍କର କରୋନା ଟେଷ୍ଟ ଆରମ୍ଭ କରି ଦିଆଯାଇଛି। ଏହା ସହ ପୁଣି ଥରେ ଲକଡାଉନ ପାଇଁ ପ୍ରସ୍ତୁତି ଚାଲିଛି।
ସିନଜିଆଙ୍ଗର ପଶ୍ଚିମ କ୍ଷେତ୍ରର କାଶଗର ଇଲାକାରେ ଏଭଳି ମାମଲା ସାମ୍ନାକୁ ଆସିଛି। କରୋନା ସହ ଜଡ଼ିତ ଏକ ମାମଲା ବାବଦରେ ଶନିବାର ଜଣାପଡ଼ିବାରୁ ସେଠାରେ ଏବେଠୁ ଏହାକୁ ରୋକିବା ଦିଗରେ ପ୍ରସ୍ତୁତି ଚାଲିଛି।
ଏହି ପରୀକ୍ଷଣରୁ ଏବେ ସୁଦ୍ଧା ୨୩୭ ଅତିରିକ୍ତ ମାମଲା ଚିହ୍ନଟ କରାଯାଇଛି। ଶନିବାର ଦିପହର ସୁଦ୍ଧା ୨.୮ ମିଲିଅନ ଲୋକଙ୍କ ପରୀକ୍ଷଣ କରାଯାଇଛି। ଚୀନ ସରକାରଙ୍କ ଆଶା ମଙ୍ଗଳବାର ଅର୍ଥାତ ଆଜି ସୁଦ୍ଧା ସବୁ ପରୀକ୍ଷଣ ସମାପ୍ତ ହେବ। ଚୀନରେ କରୋନା ସଂକ୍ରମଣର ପ୍ରାରମ୍ଭିକ ପ୍ରକୋପକୁ ମାର୍ଚରେ ନିୟନ୍ତ୍ରଣରେ ଆଣିବା ପରେ ସିନଜିୟାଙ୍ଗରେ ଏବେ ଦ୍ବିତୀୟ ଥର ପାଇଁ ଭାଇରସ ବ୍ୟାପୁଥିବା ଦେଖାଯାଇଛି।