Corona virus: ମିଳୁନି ଯନ୍ତ୍ରାଂଶ, ଫେବୃଆରୀରେ ହ୍ରାସ ହେବ ଉତ୍ପାଦନ କହିଲେ Hero Moto crop

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୨: ଚୀନରେ କରୋନା ଭାଇରସ ପ୍ରକୋପର ପ୍ରଭାବ ଏବେ ଭାରତର କଳକାରଖାନାକୁ ପ୍ରଭାବିତ କଲାଣି। ଚୀନରୁ ଆମଦାନୀ ବନ୍ଦ ହେବା ଯୋଗୁ ଏବେ ଯନ୍ତ୍ରାଂଶ ଅଭାବ ଦେଖାଦେଇଛି। ଏଣୁ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ବି କରାଗଲାଣି। ଯନ୍ତ୍ରାଂଶ ନଥିବା ଯୋଗୁ ଦେଶର ଅଗ୍ରଣୀ ଦୁଇ ଚକିଆ ଯାନର ନିର୍ମାତା ହିରୋ ମୋଟୋ କର୍ପ ମାର୍ଚ୍ଚମାସରେ ଉତ୍ପାଦନ ହ୍ରାସର ଆଶଙ୍କା ପ୍ରକାଶ କରିଛନ୍ତି।

{"id":224526,"width":580,"height":387,"sizeSlug":"large"}

ଯଦି ପରିସ୍ଥିତିରେ ସୁଧାର ନ ହୁଏ ତେବେ ଫେବୃଆରୀ ମାସରେ ଉତ୍ପାଦନ ଅନୁନ୍ୟ ୧୦ ପ୍ରତିଶତ ହ୍ରାସ ହୋଇପାରେ ବୋଲି କମ୍ପାନୀର କାରଖାନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ହିରୋ ମୋଟୋ କର୍ପ ହିରୋହୋଣ୍ଡା ମୋଟର ସାଇକେଲ ନିମନ୍ତେ ଚୀନରୁ କିଛି ଯନ୍ତ୍ରାଂଶ ଆମଦାନୀ କରିଥାନ୍ତି। ହେଲେ କରୋନା ଭାଇରସ (ସିଓଭିଡି-୧୯) ସଂକ୍ରମଣ ଯୋଗୁ ଚୀନରୁ ରପ୍ତାନୀ ଠପ ହୋଇଯାଇଛି। ଏଣୁ ଏହା ସିଧା ପ୍ରଭାବ ଏବେ କମ୍ପାନୀର ଫାସେଲିଟିମାନଙ୍କ ଉପରେ ପଡିଛି।

{"id":224527,"sizeSlug":"large"}

ଏଥିଯୋଗୁ ପୂର୍ବ ଯୋଜନାରେ ଫେବୃଆରୀ ମାସର ଉତ୍ପାଦନ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ଆଗକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆ ଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। କେବଳ ଭାରତ ନୁହେଁ ବିଶ୍ୱର ଅନ୍ୟାନ୍ୟ ଦେଶର ବିଭିନ୍ନ ଉଦ୍ୟୋଗ ଉପରେ ବି ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଏଥିଯୋଗୁ ଦକ୍ଷିଣ କୋରିଆ କାର ନିର୍ମାତା ହ୍ୟୁଣ୍ଡାଇ ତାଙ୍କର ଏକ ଫ୍ୟାସେଲିଟିକୁ ଅସ୍ଥାୟୀ ବନ୍ଦ କରିଥିବା ବେଳେ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.